ଲକ୍ଷପତି ଦିଦିଙ୍କ ସଂଖ୍ୟା ୨୬ ଲକ୍ଷ ୪୦ ହଜାରରେ ପହଂଚିଲା
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ୨୫ ଲକ୍ଷର ଐତିହାସିକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ମିଶନ ଶକ୍ତି। ରାଜ୍ୟରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ୨୬ ଲକ୍ଷ ୩୯ ହଜାର ୯୦୯ରେ ପହଂଚିଛି। ୨୦୨୭ ସୁଦ୍ଧା ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
dcm


ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ୨୫ ଲକ୍ଷର ଐତିହାସିକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ମିଶନ ଶକ୍ତି। ରାଜ୍ୟରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ୨୬ ଲକ୍ଷ ୩୯ ହଜାର ୯୦୯ରେ ପହଂଚିଛି। ୨୦୨୭ ସୁଦ୍ଧା ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ବୁଧବାର ଦିନ ମିଶନ ଶକ୍ତି ଭବନଠାରେ ଆୟୋଜିତ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୨,୮୮,୧୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୬ କୋଟି ଟଙ୍କାର ସୁଧ ଫେରସ୍ତ ପ୍ରଦାନ କରିଛନ୍ତି । ଏହା ମହିଳାମାନଙ୍କ ଆର୍ôଥକ ସଶକ୍ତିକରଣ ଏବଂ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।

ଶ୍ରୀମତୀ ପରିଡା ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ଜିଲ୍ଲାସ୍ତରୀୟ ମହାସଂଘ ର କାର୍ଯ୍ୟନିର୍ବାହୀ ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ । ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ, ତୃଣମୂଳ ସ୍ତରରେ ସେମାନଙ୍କ ଅନୁଭୂତି ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ମତ ବିନିମୟ ହୋଇଥିଲା ।

ଏହି ଅବସରରେ ସେ ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣକୁ ଆହୁରି ଗତିଶୀଳ କରିବା ସହ ବିକଶିତ ଓଡ଼ିଶା ଗଠନରେ ମହିଳାଙ୍କ ଭୂମିକାକୁ ଆହୁରି ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ, ଏସଏଲବିସି ଓଡ଼ିଶାର ମହାପ୍ରବନ୍ଧକ ଓ ଆବାହକ ପ୍ରଣବ କୁମାର ବିଶ୍ୱାସ, ବିଭାଗର ବରିଷ୍ଠ ଅଧିକାରୀଗଣ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧିଗଣ, ୩୦ଟି ଜିଲ୍ଲାର ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଦସ୍ୟାମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande