ବସନ୍ତପୁର ପଞ୍ଚାୟତରେ ଖରିଫ୍ ଧାନ ବିକ୍ରି ଶୁଭାରମ୍ଭ
ସମ୍ବଲପୁର, ୨୫ ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଶାଳା ମଣ୍ଡଳର ବସନ୍ତପୁର ପଞ୍ଚାୟତରେ ଚାଷୀମାନଙ୍କ ଖରିଫ୍ ଧାନ ବିକ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ଅନୁମତି ପରେ ଆଜିଠାରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ଏ
ବସନ୍ତପୁର ପଞ୍ଚାୟତରେ ଖରିଫ୍ ଧାନ ବିକ୍ରି ଶୁଭାରମ୍ଭ


ବସନ୍ତପୁର ପଞ୍ଚାୟତରେ ଖରିଫ୍ ଧାନ ବିକ୍ରି ଶୁଭାରମ୍ଭ


ବସନ୍ତପୁର ପଞ୍ଚାୟତରେ ଖରିଫ୍ ଧାନ ବିକ୍ରି ଶୁଭାରମ୍ଭ


ସମ୍ବଲପୁର, ୨୫ ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ

ଗୋଶାଳା ମଣ୍ଡଳର ବସନ୍ତପୁର ପଞ୍ଚାୟତରେ ଚାଷୀମାନଙ୍କ ଖରିଫ୍ ଧାନ ବିକ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ଅନୁମତି ପରେ ଆଜିଠାରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

ଏହି ଅବସରରେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଉପସ୍ଥିତ ରହି ଚାଷୀ ଭାଇମାନଙ୍କୁ ଉତ୍ସାହିତ କରିଥିଲେ। ଧାନ ବିକ୍ରୟ ଓ କ୍ରୟ ପ୍ରକ୍ରିୟା ସୁଚାରୁ ଭାବେ ସମ୍ପନ୍ନ ହେବା ସହ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନର ଉଚିତ ମୂଲ୍ୟ ପାଇବେ ବୋଲି ଆଶା ପ୍ରକାଶ ପାଇଛି। ଧାନ କ୍ରୟ ଆରମ୍ଭ ହେବା ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande