![kklli0[] kklli0[]](https://odia.hindusthansamachar.in/Encyc/2026/6/26/220b53121cfc9eb31136ea7295d8cb30_937437256_H@@IGHT_0_W@@IDTH_600.jpeg)
ଭୁବନେଶ୍ୱର, ୨୬ ଜୁନ (ହି.ସ)- ତୁର୍କୀ ଠାରେ ଆୟୋଜିତ 'ୱାର୍ଲଡ ଏବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ- ୨୦୨୬'ରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଆମ କଳାହାଣ୍ଡିର ପାରା ବ୍ୟାଡ୍ମିଂଟନ୍ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା