୮ ଜୁନରେ ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘର ବୈଠକର ଉଦ୍ଘାଟନ କରିବେ ଓମ୍ ବିର୍ଲା
ଭୁବନେଶ୍ୱର, 06 ଜୁନ୍ (ହି.ସ.) ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆସନ୍ତା ୮ ଜୁନରେ ଚଣ୍ଡୀଗଡ଼ସ୍ଥିତ ହରିୟାଣା ବିଧାନସଭାରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘ ଭାରତ କ୍ଷେତ୍ର ଜୋନ-2 ଉତ୍ତର ଜୋନ ସମ୍ମିଳନୀର ଉଦ୍ଘାଟନ କରିବେ। ଏହି ଅବସରରେ ଲୋକସଭା ବାଚସ୍ପତି ହରିୟାଣାର ମୁଖ୍ୟମନ୍
୮ ଜୁନରେ ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘର ବୈଠକର ଉଦ୍ଘାଟନ କରିବେ ଓମ୍ ବିର୍ଲା


ଭୁବନେଶ୍ୱର, 06 ଜୁନ୍ (ହି.ସ.) ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆସନ୍ତା ୮ ଜୁନରେ ଚଣ୍ଡୀଗଡ଼ସ୍ଥିତ ହରିୟାଣା ବିଧାନସଭାରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘ ଭାରତ କ୍ଷେତ୍ର ଜୋନ-2 ଉତ୍ତର ଜୋନ ସମ୍ମିଳନୀର ଉଦ୍ଘାଟନ କରିବେ।

ଏହି ଅବସରରେ ଲୋକସଭା ବାଚସ୍ପତି ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନୀ, ରାଜ୍ୟସଭାର ଉପସଭାପତି ହରିବଂଶ, ହରିୟାଣା ବିଧାନସଭାର ବାଚସ୍ପତି ହରବିନ୍ଦର କଲ୍ୟାଣ, ସଂସଦୀୟ କାର୍ଯ୍ୟମନ୍ତ୍ରୀ ମହିପାଲ ଢାଣ୍ଡା ବିଶିଷ୍ଟ ଅତିଥି ମାନଙ୍କୁ ସମ୍ବୋଧିତ କରିବେ।

ଦୁଇଦିନିଆ ଏହି ସମ୍ମିଳନୀରେ ପ୍ରତିନିଧିମାନେ ଭବିଷ୍ୟତର ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ଏବଂ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ହାସଲ କରିବାରେ ସଚେତନ ସମାଜ ଓ ଆଇନ ପ୍ରଣେତାମାନଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା କରିବେ।

ସମ୍ମିଳନୀର ସମାପନ ୯ ଜୁନରେ ହରିୟାଣାର ରାଜ୍ୟପାଳ ପ୍ରଫେସର ଅସୀମ କୁମାର ଘୋଷଙ୍କ ସମାପନୀ ଅଭିଭାଷଣ ସହିତ ହେବ। ସମାପନୀ ଅଧିବେଶନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପସଭାପତି ହରିବଂଶ, ହରିୟାଣା ବିଧାନସଭା ବାଚସ୍ପତି ହରବିନ୍ଦର କଲ୍ୟାଣ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande