
ଭୁବନେଶ୍ୱର, 13 ଜୁଲାଇ (ହି.ସ.)
ଜାତୀୟ ସ୍ତରରେ ଅନୁଷ୍ଠିତ ସଂଗୀତ ପ୍ରତିଯୋଗିତା ‘ଇଣ୍ଡିଆନ୍ ଆଇଡଲ୍’ରେ ଅଂଶଗ୍ରହଣ କରି ଶେଷ ପର୍ଯ୍ୟାୟରେ ଉନ୍ନୀତ ହୋଇଥିବା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ସଭାଗୃହରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ମହୋଦଧି ସୋସାଇଟି ପବ୍ଲିକ୍ ସ୍କୁଲ୍ର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବର ଆୟୋଜନ କରାଯାଇଛି । ସଂସ୍କୃତିପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହିସବୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା