
ଭୁବନେଶ୍ୱର, ୧୭ ଜୁଲାଇ (ହି.ସ)- ମହାପ୍ରଭୁ ଜଗନ୍ନାଥ ଆନିମେସନ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମ୍ କୋର୍ଟ। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ କାଏମ ରଖି ସୁପ୍ରିମକୋର୍ଟ କହିଛନ୍ତି ରଥଯାତ୍ରା ନ ସରିବା ଯାଏଁ ଫିଲ୍ମ ରିଲିଜ୍ ହୋଇପାରିବ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଜି ପୀତାମ୍ୱର ଆଚାର୍ଯ୍ୟ ପକ୍ଷ ରଖିଥିଲେ। ଏସମ୍ପର୍କରେ ସୂଚନା ଦେଇ ଆଡଭୋକେଟ୍ ଜେନେରାଲ୍ ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି ଆନିମେଟେଡ୍ ଫିଲ୍ମରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଓ ପରମ୍ପରାକୁ କଦର୍ଥ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ଏନେଇ ପିଟିସନ୍ ଦାୟର କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା