ଓଡ଼ିଆ ସ୍ପ୍ରିଂଟର ଅନିମେଶ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୧୪ ଜୁଲାଇ (ହି.ସ)- ଜର୍ମାନୀରେ ଅନୁଷ୍ଠିତ ''ଫାଷ୍ଟ ଆର୍ମସ ଫାଷ୍ଟ ଲେଗ୍ସ'' ମିଟ୍ ରେ ସଫଳତା ପାଇଁ ଓଡ଼ିଆ ସ୍ପ୍ରିଂଟର ଅନିମେଶ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଜର୍ମାନୀରେ ଅନୁଷ୍ଠିତ ''
cm


ଭୁବନେଶ୍ୱର, ୧୪ ଜୁଲାଇ (ହି.ସ)- ଜର୍ମାନୀରେ ଅନୁଷ୍ଠିତ 'ଫାଷ୍ଟ ଆର୍ମସ ଫାଷ୍ଟ ଲେଗ୍ସ' ମିଟ୍ ରେ ସଫଳତା ପାଇଁ ଓଡ଼ିଆ ସ୍ପ୍ରିଂଟର ଅନିମେଶ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭକାମନା ଜଣାଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଜର୍ମାନୀରେ ଅନୁଷ୍ଠିତ 'ଫାଷ୍ଟ ଆର୍ମସ ଫାଷ୍ଟ ଲେଗ୍ସ' ମିଟ୍ ର ୧୦୦ ମିଟର ଦୌଡ଼କୁ ମାତ୍ର ୧୦.୧୪ ସେକେଣ୍ଡରେ ଶେଷ କରି ଓଡ଼ିଶାର ପ୍ରତିଭାବାନ ସ୍ପ୍ରିଂଟର ଅନିମେଶ କୁଜୁର ବିଦେଶ ମାଟିରେ ଜଣେ ଭାରତୀୟ ସ୍ପ୍ରିଂଟର ଭାବେ ଦ୍ରୁତତମ ସମୟର ଏକ ଅସାଧାରଣ କୀର୍ତିମାନ ସ୍ଥାପନ କରିବା ସହ ଆମ ରାଜ୍ୟ ଓ ସମଗ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି।

ବିଶ୍ୱ ଆଥଲେଟିକ୍ସ ମଂଚରେ ତାଙ୍କର ଏହି ଅସାଧାରଣ ସଫଳତା ଆମର ଯୁବ କ୍ରୀଡ଼ାବିତ୍ ମାନଙ୍କୁ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ପ୍ରେରିତ କରିବ। ଅନିମେଶଙ୍କୁ ଅନେକ ଶୁଭକାମନା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande