
ନୂଆଦିଲ୍ଲୀ, ୨ ଜୁଲାଇ (ହିସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ଣ୍ଣାଟକର ବେଙ୍ଗାଲୁରୁ ସହରାଂଚଳ ଜିଲ୍ଲାରେ ଏକ ପଥର ଖଣିରେ ହୋଇଥିବା ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟରରେ କହିଛନ୍ତି, କର୍ଣ୍ଣାଟକର ବେଙ୍ଗାଲୁରୁ ସହରାଂଚଳ ଜିଲ୍ଲାରେ ପଥର ଖଣି ଦୁର୍ଘଟଣାରେ ଜୀବନହାନି ଶୁଣି ମୁଁ ଗଭୀର ଦୁଃଖିତ। ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।
ଉଲ୍ଲେଖନୀୟ ଯେ ବେଙ୍ଗାଲୁରୁ ଦକ୍ଷିଣ ତାଲୁକର ମାଡାପାଟନା ଗ୍ରାମ ନିକଟରେ ଥିବା କାବେରୀ କ୍ରଶର ପଥର ଖଣିରେ ଆଜି ଏକ ବିରାଟ ପଥର ଖସି ପଡ଼ିବାରୁ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଂଚ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଆରଆର ହସ୍ପିଟାଲରେ ଭର୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ