ଶ୍ରାବଣରେ ଗୁପ୍ତେଶ୍ଵରରେ ଜମିବ କାଉଡ଼ିଆଙ୍କ ଭିଡ଼, ବୋଲବୋମ ପୂର୍ବରୁ ପୀଠ ସ୍ଥିତି ଅନୁଧ୍ୟାନ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା  
ଜୟପୁର, ୨୧ ଜୁଲାଇ (ହି.ସ.)- ଆଉ କିଛି ଦିନ ପରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଶ୍ରାବଣ ପାଇଁ ଜମିବ କାଉଡ଼ିଆଙ୍କ ଭିଡ଼ l ଏଥିପାଇଁ ଗୁପ୍ତେଶ୍ୱର ପୀଠ ସ୍ଥିତି ଅନୁଧ୍ୟାନ କରିଛନ୍ତି କୋଟପାଡ଼ ବିଧାୟକ ରୁପୁ ଭତ୍ରା l ପ୍ରଥମେ ନିଜ ଧର୍ମପତ୍ନୀଙ୍କ ସହ ଗୁପ୍ତେଶ୍ୱର ଠାରେ ପହଞ୍ଚି
ଶ୍ରାବଣରେ ଗୁପ୍ତେଶ୍ୱର ଜମିବ କଉଡ଼ିଆଙ୍କ ଭିଡ଼, ବୋଲବୋମ ପୂର୍ବରୁ ପୀଠ ସ୍ଥିତି ଅନୁଧ୍ୟାନ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା  


ଜୟପୁର, ୨୧ ଜୁଲାଇ (ହି.ସ.)- ଆଉ କିଛି ଦିନ ପରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଶ୍ରାବଣ ପାଇଁ ଜମିବ କାଉଡ଼ିଆଙ୍କ ଭିଡ଼ l ଏଥିପାଇଁ ଗୁପ୍ତେଶ୍ୱର ପୀଠ ସ୍ଥିତି ଅନୁଧ୍ୟାନ କରିଛନ୍ତି କୋଟପାଡ଼ ବିଧାୟକ ରୁପୁ ଭତ୍ରା l ପ୍ରଥମେ ନିଜ ଧର୍ମପତ୍ନୀଙ୍କ ସହ ଗୁପ୍ତେଶ୍ୱର ଠାରେ ପହଞ୍ଚି ଠାକୁର ଦର୍ଶନ କରିଥିଲେ l ପରେ ପୀଠର ସ୍ଥିତି ଅନୁଧ୍ୟାନ କରିଥିଲେ l ପୀଠର ବିଭିନ୍ନ ସମସ୍ୟାକୁ ନେଇ ପୂଜକଙ୍କ ସହ ଆଲୋଚନା କରିଛନ୍ତି l ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଶୈବପୀଠ ଗୁପ୍ତେଶ୍ୱରେ ଶ୍ରାବଣ ପାଇଁ ଭିଡ଼ ଜମିବ l ହେଲେ ଆନୁସାଙ୍ଗିକ ବିକାଶ ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ଆଶ୍ରୟ ସ୍ଥଳ, ପାର୍କିଙ୍ଗ ବ୍ୟବସ୍ଥା, ବିଦ୍ୟୁତିକରଣ ସହ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବା ନିମନ୍ତେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହେବ l ଏଥିରେ ବିସ୍ତୃତ ଭାବେ ଆଲୋଚନା ହେବ ବୋଲି କହିଛନ୍ତି l ବିଶେଷ କରି ଶ୍ରାବଣରେ ଜଳ ଲାଗି ପାଇଁ ଶତାଧିକ ଯାନବାହନ ଗୁପ୍ତେଶ୍ୱର ଅଭିମୁଖେ ଆସୁଥିବାରୁ ସେଥିପାଇଁ ସ୍ବତନ୍ତ୍ର ଭାବେ ପାର୍କିଂ ବ୍ୟବସ୍ଥା କରାଯିବ। ସମସ୍ତ ଯାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ କରାଯିବ। ପାନୀୟ ଜଳ ଏବଂ ବିଦ୍ୟୁତିକରଣ ପାଇଁ ବିଶେଷ ଧ୍ୟାନ ଦିଆଯିବ। ଏଥିସହ ଭକ୍ତଙ୍କ ସମାଗମ ହେତୁ ଚିକିତ୍ସା ଓ ଜରୁରୀ ସେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ଗୁପ୍ତେଶ୍ୱର ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande