୭୨ତମ ରାଜ୍ୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬ ପାଇଁ ଜିଲ୍ଲାସ୍ତରୀୟ ଚୟନ ପରୀକ୍ଷା ଜୁଲାଇ ୨୨ରେ
ଜୟପୁର, ୨୧ ଜୁଲାଇ (ହି.ସ.)- ଓଡ଼ିଶା ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଆସନ୍ତା ୭ରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ରାଜ୍ୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬ ପାଇଁ କୋରାପୁଟ ଜିଲ୍ଲାର କ୍ରୀଡ଼ାବିତ୍ ମାନଙ୍କ ଚୟନ
୭୨ତମ ରାଜ୍ୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬ ପାଇଁ ଜିଲ୍ଲାସ୍ତରୀୟ ଚୟନ ପରୀକ୍ଷା ଜୁଲାଇ ୨୨ରେ


ଜୟପୁର, ୨୧ ଜୁଲାଇ (ହି.ସ.)- ଓଡ଼ିଶା ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଆସନ୍ତା ୭ରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ରାଜ୍ୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬ ପାଇଁ କୋରାପୁଟ ଜିଲ୍ଲାର କ୍ରୀଡ଼ାବିତ୍ ମାନଙ୍କ ଚୟନ ନିମନ୍ତେ ଜିଲ୍ଲାସ୍ତରୀୟ ଚୟନ ପରୀକ୍ଷା ଆସନ୍ତା ୨୨ ତାରିଖ ସକାଳ ୯ଟାରୁ ଜୟପୁର ସ୍ଥିତ ସମନ୍ୱିତ କ୍ରୀଡ଼ା ପରିସର ଠାରେ ଅନୁଷ୍ଠିତ ହେବ। ଏହି ଚୟନ ପରୀକ୍ଷାରେ ପ୍ରତ୍ୟେକ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରୁଥିବା କ୍ରୀଡ଼ାବିତ୍ ମାନେ କୋରାପୁଟ ଜିଲ୍ଲା ପକ୍ଷରୁ ୭୨ତମ ରାଜ୍ୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

ଜିଲ୍ଲାର ସମସ୍ତ ଯୋଗ୍ୟ କ୍ରୀଡ଼ାବିତ୍ମାନଙ୍କୁ ଏହି ଚୟନ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରାଯାଇଥିବା ବେଳେ, କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ପ୍ରସାର କରି ଅଧିକରୁ ଅଧିକ କ୍ରୀଡ଼ାବିତ୍ଙ୍କ ସହଭାଗିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ, କୋରାପୁଟ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande