ଦକ୍ଷିଣ ମୋଡ଼ ହୁଏ ନାହିଁ ବିଶ୍ୱର ସର୍ବବୃହତ ରଥ କେନ୍ଦୁଝର ରଥ କେବଳ ଆସ୍ଥାନର ପଟ ପରିବର୍ତନ ହୁଏ
କେନ୍ଦୁଝର, ୨୧ ଜୁଲାଇ(ହି.ସ.) – ଆଉ ଦିନକ ପରେ ବାହୁଡ଼ା ଯାତ୍ରା। ଯାତ୍ରା ପୂର୍ବରୁ ସବୁ ଯାଗାରେ ରଥକୁ ଦକ୍ଷିଣ ମୋଡ କରାଯାଇଥାଏ। ହେଲେ କେନ୍ଦୁଝର ରେ ଏହି ବିଶାଳ ବିଶ୍ୱ ପ୍ରଶିଦ୍ଧ ବୃହତମ ରଥର ଦକ୍ଷିଣ ମୋଡ ହୁଏନାହିଁ। ଏଠାକାର ରୀତି, ନୀତି ଓ ପରମ୍ପରା ଅନୁଯାଇ ଏହି ବିଶାଳ ରଥର ମୋଡ଼ ବଦଳେ ନାହିଁ। ଏଠ
Kjr ratha


କେନ୍ଦୁଝର, ୨୧ ଜୁଲାଇ(ହି.ସ.) – ଆଉ ଦିନକ ପରେ ବାହୁଡ଼ା ଯାତ୍ରା। ଯାତ୍ରା ପୂର୍ବରୁ ସବୁ ଯାଗାରେ ରଥକୁ ଦକ୍ଷିଣ ମୋଡ କରାଯାଇଥାଏ। ହେଲେ କେନ୍ଦୁଝର ରେ ଏହି ବିଶାଳ ବିଶ୍ୱ ପ୍ରଶିଦ୍ଧ ବୃହତମ ରଥର ଦକ୍ଷିଣ ମୋଡ ହୁଏନାହିଁ। ଏଠାକାର ରୀତି, ନୀତି ଓ ପରମ୍ପରା ଅନୁଯାଇ ଏହି ବିଶାଳ ରଥର ମୋଡ଼ ବଦଳେ ନାହିଁ। ଏଠାରେ କେବଳ ରଥ ଉପରେ ଥିବା ଆସ୍ଥାନାକୁ ଉତର ମୋଡ କରାଯାଏ। କାରଣ କେନ୍ଦୁଝର ରଥ ସମୟରେ ରଥ ଉତର ଦିଗରୁ ଦକ୍ଷିଣ ଦିଗକୁ ମାଉସୀ ମା ଘରକୁ ଯାଇଥାଏ। ଆଉ ବାହୁଡାରେ ଦକ୍ଷିଣରୁ ଉତର ଦିଗକୁ ଆସେ ତେଣୁ ଏଠାରେ ଦକ୍ଷିଣ ମୋଡ ନ ହୋଇ ଆସ୍ଥାନ ଉତର ମୋଡ ହୋଇଥାଏ ଓ ତା ସହ ରଥ ରେ ଥିବା ସମସ୍ତ ପାର୍ଶ୍ୱ ଦେବତା ମାନଙ୍କର ମଧ୍ୟ ଉତର ମୋଡ ବା ଦିଗ ପରିବର୍ତନ ହୋଇଥାଏ। ବାହୁଡ଼ା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଂଚିଛି। ଖାଲି ଅପେକ୍ଷା ବାହୁଡ଼ାକୁ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande