
ଭୁବନେଶ୍ୱର, ୨୧ ଜୁଲାଇ (ହି.ସ)- ଡେଙ୍ଗୁ କୁ ପ୍ରତିରୋଧ କରିବା ପାଇଁ 'କ୍ୟୁଡେଙ୍ଗା' ଟିକାକୁ ଅନୁମୋଦନ ମିଳିଛି। ଏହି ଐତିହାସିକ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୃତଜ୍ଞତା ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସ୍ୱାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି ଡେଙ୍ଗୁମୁକ୍ତ ଭାରତ ଗଠନ ଦିଗରେ ଐତିହାସିକ ପଦକ୍ଷେପ!
ଡେଙ୍ଗୁ ପ୍ରତିରୋଧକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତରେ ପ୍ରଥମ ଥର ପାଇଁ ଡେଙ୍ଗୁ ଟିକାକୁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଅନୁମୋଦନ ପ୍ରଦାନ କରିଛି। ଡ୍ରଗ୍ କେଂଟ୍ରାଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଜାପାନର ଔଷଧ ନିର୍ମାତା କମ୍ପାନୀ ଟାକେଡା ବାୟୋଫାର୍ମାସ୍ୟୁଟିକାଲ୍ସର 'କ୍ୟୁଡେଙ୍ଗା' ଟିକାକୁ ଅନୁମୋଦନ କରିଛନ୍ତି।'କ୍ୟୁଡେଙ୍ଗା' ଏକ ଟେଟ୍ରାଭାଲେଂଟ ଲାଇଭ୍-ଆଟେନୁଏଟେଡ୍ ଟିକା, ଯାହା ଡେଙ୍ଗୁ ଭାଇରସର ଚାରୋଟି ପ୍ରମୁଖ ପ୍ରଜାତି (ଡେନଭି-୧, ଡେନଭି-୨, ଡେନଭି-୩ ଓ ଡେନଭି ) ବିରୋଧରେ ସୁରକ୍ଷା ପ୍ରଦାନ ପାଇଁ ବିକଶିତ କରାଯାଇଛି।
ସୁସ୍ଥ ଭାରତ, ଡେଙ୍ଗୁମୁକ୍ତ ଭାରତ ଗଠନ ଦିଗରେ ଏହି ଐତିହାସିକ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡା ଜୀଙ୍କୁ ଅଶେଷ କୃତଜ୍ଞତା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା