ଅକ୍ଟୋବର ୨୬ରୁ ଭୋଟର ତାଲିକା ପ୍ରସ୍ତୁତି , ହେବ ଡୋର ଟୁଡୋର ସର୍ଭେ
ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ନେଇ ହେବ ଭୋଟର ତାଲିକା। ଏସଆଇଆର ସରିବା ପରେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୨୬ରୁ ଡୋର ଟୁ ଡୋର ସ
state election commission


ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ନେଇ ହେବ ଭୋଟର ତାଲିକା। ଏସଆଇଆର ସରିବା ପରେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଅକ୍ଟୋବର ୨୬ରୁ ଡୋର ଟୁ ଡୋର ସର୍ଭେ ପାଇଁ ଆଜିର ବୈଠକରେ ନିଷ୍ପତି ହୋଇଛି। ଚଳିତ ମାସ ୩୧ ତାରିଖ ସୁଦ୍ଧା ଏନେଇ ଟିମ୍ ଗଠନ କାର୍ଯ୍ୟ ସରିବ। ଟିମ୍ ରେ ବିଏଲଓ , ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ। ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ସେ ଆହୁରି କହିଛନ୍ତି ଯେ ଜନଗଣନା ପାଇଁ ପଂଚାୟତ ଓ ପୌର ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ। ଆଜିର ବୈଠକରେ ପୁରୁଣା ବାଲଟ ବକ୍ସ ମରାମତି ନିଷ୍ପତି ହୋଇଛି। ଆମେ ମଧ୍ୟ କିଛି ନୂଆ ବାଲଟ ବକ୍ସ ମଧ୍ୟ କ୍ରୟ କରିଛୁ। ଜଣେ ଭୋଟର ଦୁଇଟି ସ୍ଥାନରେ କିପରି ଭୋଟ ଦେଇ ନ ପାରିବେ ବ୍ୟବସ୍ଥା କରିବୁ। ଏହାକୁ ରୋକିବାକୁ ଡି ଡୁପ୍ଲିକେସନ୍ ଆପ୍ କୁ ଆପଣାଇବାକୁ ନିଷ୍ପତି ନେଇଛୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande