
ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣାରେ ପୂର୍ବତନ ଆଇଏଏସ୍ ଅଧିକାରୀ ଭି କେ ପାଣ୍ଡିଆନ କ୍ୟାପିଟାଲ ଥାନାରେ ହାଜର ହୋଇ ନାହାନ୍ତି। ବିଦେଶରେ ଥିବାରୁ ବ୍ୟକ୍ତିଗତ ଭାବେ ହାଜର ହୋଇନଥିବା ନେଇ ପାଣ୍ଡିଆନ୍ ଇ-ମେଲ୍ ଜରିଆରେ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଛନ୍ତି। ଏହାସହ ଭିଡିଓ କନଫରେନ୍ସିଂରେ ପକ୍ଷ ରଖିବାକୁ ଜଣାଇଛନ୍ତି। ଫାଇଲ ହଜିବା ପ୍ରସଙ୍ଗରେ ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ପାଣ୍ଡିଆନଙ୍କୁ ନୋଟିସ୍ ଜାରି ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା