
ଭୁବନେଶ୍ୱର, ୨୫ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୫ଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ପାନପୋଷରେ ସର୍ବାଧିକ ୯୮.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ବିଜାତଳାରେ ୯୭.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ୮୦.୭ ମି.ମି., ଲାଠିକଟାରେ ୭୫.୦ ମି.ମି., ରାଜଗାଙ୍ଗପୁରରେ ୬୯.୨ ମି.ମି., ଟେନସାରେ ୫୬.୪ ମି.ମି., ମନ୍ଦିରାଡ୍ୟାମ୍ ରେ ୫୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର କୁସୁମିରେ ୪୬.୫ ମି.ମି., ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳ ୪୫.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡାରେ ୪୦.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ଯଶିପୁରରେ ୪୦.୪ ମି.ମି., ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ୪୦.୧ ମି.ମି. ଏବଂ ନୟାଗଡ଼ ଜିଲ୍ଲାର ଭାପୁରରେ ୩୮.୧ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ