ରଥଯାତ୍ରା ବିଭ୍ରାଟ ଓ ଦଳାଚକଟା ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡ଼ି
ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ରଥଯାତ୍ରା ବିଭ୍ରାଟ ଓ ଦଳାଚକଟା ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡ଼ି । ଶ୍ରୀଗୁଣ୍ଡିଚାରେ 3 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲା। ପ୍ରାୟ 350 ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ବାହୁଡ଼ା ଯାତ୍ରା ପୂର୍ବରୁ ସରକାର ଆସ୍ଫାଳନ
ରଥଯାତ୍ରା ବିଭ୍ରାଟ ଓ ଦଳାଚକଟା ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ     ଦାବି କଲା ବିଜେଡ଼ି


ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ରଥଯାତ୍ରା ବିଭ୍ରାଟ ଓ ଦଳାଚକଟା ପ୍ରସଙ୍ଗରେ ବିଚାର

ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡ଼ି । ଶ୍ରୀଗୁଣ୍ଡିଚାରେ 3 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ହେଲା। ପ୍ରାୟ 350 ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ବାହୁଡ଼ା ଯାତ୍ରା ପୂର୍ବରୁ ସରକାର ଆସ୍ଫାଳନ

କଲେ ଶୃଙ୍ଖଳିତ କରିବା ପାଇଁ। କିନ୍ତୁ ମହାପ୍ରଭୁଙ୍କ ପ୍ରତି ସରକାର କି ପ୍ରଶାସନର ସମର୍ପଣ ଭାବ

ନଥିଲା ସେଥିପାଇଁ ଜଣେ ଭକ୍ତଙ୍କ ମୃତ୍ୟୁ ହେଲା, ଶତାଧିକ ଆହତ ହେଲେ

ବୋଲି କହିଛନ୍ତି ବିଜେଡି ଉପସଭାପତି ସଂଜୟ ଦାସବର୍ମା । ଦଳାଚକଟାରେ ମୃତ୍ୟୁ ହେଲା ବୋଲି

ସମସ୍ତେ କହୁଛନ୍ତି କିନ୍ତୁ ସରକାର ମାନୁନାହାନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାରେ

ଉଦବେଗ ପ୍ରକାଶ କରିଛନ୍ତି। ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଏଭଳି ଅଘଟଣ ଘଟୁଛି। ସରକାର

ଦାୟିତ୍ଵ ନିଅନ୍ତୁ ଏବଂ ସ୍ୱୀକାର କରନ୍ତୁ ଯେ ଦଳାଚକଟା ହୋଇଛି। ଘଟଣାକୁ ଚାପିବା ପାଇଁ ଚେଷ୍ଟା

କରାଯାଇଛି, ଯାହାକି ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande