
ଜୟପୁର, ୩୧ ଜୁଲାଇ (ହି.ସ.) - ଭୈରବ ଡିଗ୍ରୀ ମହାବିଦ୍ୟାଳୟ ପରିସର ରେ ଜାତୀୟ ସେବା ଯୋଜନା ପକ୍ଷରୁ ସାପ୍ତାହ ବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସୌମେନ୍ଦ୍ର କୁମାର ସ୍ୱାଇଁ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଏବଂ ବହୁ ସଂଖ୍ୟକ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।ବୋରିଗୁମ୍ମା ଭୈରବ ଡ଼ିଗ୍ରୀ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ରାମଚନ୍ଦ୍ର ପାଢ଼ୀ, ଗଭର୍ଣିଂ ବଡି ର ସଭାପତି କେ ନାଗରାଜ ଦୋରା, ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ, କୋଷାଧକ୍ଷ ଅଶୋକ ଗନ୍ତାୟତ ଉପସଭାପତି ପି ଗଣପତି ରାଓ, ସୁରେଶ ରାଉତ, ବସନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଅତିଥି ମାନଙ୍କୁ
ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ନିଜ ବକ୍ତବ୍ୟରେ ଅଧ୍ୟକ୍ଷ ଡ଼ ସୌମେନ୍ଦ୍ର କୁମାର ସ୍ୱାଇଁ ପ୍ରତ୍ୟେକ ମଣିଷ ଅତି କମରେ ଗୋଟିଏ ବୃକ୍ଷ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ ବୃକ୍ଷ କେବଳ ଅମ୍ଳଜାନ ଯୋଗାଇ ନଥାଏ, ବରଂ ପରିବେଶର ସନ୍ତୁଳନ ରକ୍ଷା, ବର୍ଷା ସୃଷ୍ଟି, ମୃତିକା ସଂରକ୍ଷଣ ଓ ଜୀବବୈବିଧ୍ୟର ବିକାଶରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ଏନ୍ଏସ୍ଏସ୍ ପ୍ରୋଗ୍ରାମଅଫିସର ଡ଼ ସଦାଶିବ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଗଛ ଲଗାଇବା ଯେତିକି ଜରୁରୀ, ତାହାର ସୁରକ୍ଷା ଓ ଯତ୍ନ ନେବା ମଧ୍ୟ ସେତିକି ଜରୁରୀ।” ସେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ରୋପଣ କରାଯାଇଥିବା ପ୍ରତ୍ୟେକ ଚାରାର ନିୟମିତ ଯତ୍ନ ନେବା ପାଇଁ ଆହ୍ୱାନ କରିଥିଲେ।
ଏହି ଅବସରରେ ମହାବିଦ୍ୟାଳୟ ପରିସର, ଖେଳ ପଡ଼ିଆପାର୍ଶ୍ୱ ରାସ୍ତା କଡ଼ ଏବଂ ନିକଟସ୍ଥ ଅଂଚଳରେ ମୋଟ ୧୦୦୧ଟି ବିଭିନ୍ନ ପ୍ରଜାତିର ଚାରା ଲିମ୍ବ , ଆମ୍ବ, ଅଁଳା, ଜାମୁକୋଳି, ଶୀଆଳି, କୃଷ୍ଣଚୁଡା , ହରିଡ଼ା, ବାହାଡ଼ା, ପଣସ, ଶିଶୁ ପ୍ରଭୃତି ବୃକ୍ଷ ରୋପଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ବୃକ୍ଷରୋପଣରେ ସାମିଲ ହୋଇଥିଲେ । ସ୍ୱେଚ୍ଛାସେବୀମାନେ ଭବିଷ୍ୟତରେ ରୋପଣ କରାଯାଇଥିବା ଚାରାଗୁଡ଼ିକର ସୁରକ୍ଷା, ଜଳସେଚନ ଓ ନିୟମିତ ଯତ୍ନ ନେବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟାପକ ଭି ଚିରଞ୍ଜିଭି ପଟ୍ଟନାୟକ, ସନ୍ତୋଷିନୀ ପାଢ଼ୀ, ପ୍ରିତେଶ ପଟ୍ଟନାୟକ,ଜି ଉମାମହେଶ୍ୱରୀ,ଲଷ୍ମୀଦଶୀ ନାୟକ, ପ୍ରତୀକ ଶର୍ମା, ରେଶ୍ମା ପାତ୍ର, ଅଭିଷେକ ଗୌତମ ରାଉତ, ଜଗଦୀଶ ପାଣିଗ୍ରାହୀ, ଦେବେନ୍ଦ୍ର ନାଥ ପଣ୍ଡା,ଗଣେଶ ପଲେଇ, ପି ଗୁପ୍ତେଶ୍ୱର ରାଓ ଏବଂ ଲଷ୍ମୀ ରାଣୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି