
ଜୟପୁର, ୩୧ ଜୁଲାଇ (ହି.ସ.) - ଅବିଭକ୍ତ କୋରାପୁଟ ଅଂଚଳର ସମୃଦ୍ଧ ଷରକ୍ସସଗ୍ଧବଶର ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହନ ଦେଉଥିବାବେଳେ ସୁପର ଗ୍ଲାମ ସିଜନ ୨ ଗ୍ରାଣ୍ଡ ଫାଇନାଲ୍ ସଫଳତାର ସହିତ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ତିନୋଟି ପ୍ରମୁଖ ରାଉଣ୍ଡ ପ୍ରଦର୍ଶନ କରାଯାଇଥିଲା: ୱେଷ୍ଟର୍ଣ୍ଣ ରାଉଣ୍ଡ - ପ୍ରତିଯୋଗୀମାନେ ସମସାମୟିକ ଫ୍ୟାଶନ୍ ମାଧ୍ୟମରେ ସେମାନଙ୍କର ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ଏବଂ ମଂଚ ଉପସ୍ଥିତି ପ୍ରଦର୍ଶନ କରିଥିଲେ । ସାଂସ୍କୃତିକ ରାଉଣ୍ଡ - ଇଭେଂଟର ମୁଖ୍ୟ ଆକର୍ଷଣ, ଯେଉଁଠାରେ ଅଂଶଗ୍ରହଣକରୀମାନେ କୋରାପୁଟ ଜିଲ୍ଲାର ପାରମ୍ପାରିକ ପୋଷାକ, ସଂସ୍କୃତି ଏବଂ ଏ୍ୟୌତିହ୍ୟକୁ ସୁନ୍ଦର ଭାବରେ ପ୍ରତିନିଧିତ୍ୱ କରିଥିଲେ, ଯାହା ଏହି ଅଂଚଳର ସମୃଦ୍ଧ ପରିଚୟକୁ ପ୍ରତିଫଳିତ କରିଥିଲା । ଡିଜାଇନର୍ ରାଉଣ୍ଡ - ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ଏବଂ ଡିଜାଇନର୍ ଦଳ ଦ୍ୱାରା ଉପସ୍ଥାପିତ ସ୍ୱତନ୍ତ୍ର ଡିଜାଇନର୍ ସଂଗ୍ରହରେ ପ୍ରତିଯୋଗୀ ମାନେ ମଂଚରେ ଚାଲିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାରା ପ୍ରସାଦ ବାହିନୀପତି, ଜୟପୁରର ବିଧାୟକ ତଥା ସମ୍ମାନିତ ଅତିଥି ଅଲିଉଡର ଅନ୍ୟତମ ପ୍ରମୁଖ ଅଭିନେତା ସେଲିବ୍ରିଟି ଅତିଥି ସୁଭାଷୀଶ ଶର୍ମା ଯୋଗ ଦେଇଥିଲେ।
ଡିଜାଇନର୍ ରାଉଣ୍ଡରେ ଜୋଟ୍ସୁ ଫ୍ୟାଶନ୍ ଏବଂ ଗ୍ଦଙ୍ଗବଷଙ୍କ ଦ୍ୱାରା ସ୍ୱତନ୍ତ୍ର ସଂଗ୍ରହ କରାଯାଇଥିଲା, ଯେଉଁଥିରେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ଅନସୁମାନ ନାୟକ, ଅଙ୍କିତ ଅଭିଷେକ ନାୟକ ଏବଂ ସ୍ ମହାପାତ୍ରଙ୍କ ସହିତ ଫ୍ୟାଶନ୍ ଷ୍ଟାଇଲିଷ୍ଟ ସ୍ନେହାସିସ୍ ମହାନ୍ତି ଗ୍ରାଣ୍ଡ ଫାଇନାଲ୍ ପାଇଁ ଡିଜାଇନର୍ ଏବଂ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।
ପ୍ରତିଯୋଗୀମାନେ ବୃତିଗତ ଭାବରେ ସଜ୍ଜିତ, ପରାମର୍ଶଦାତା, କୋରିଓଗ୍ରାଫ୍ ହୋଇଥିଲେ ଏବଂ ଲକ୍ଷ୍ମୀ ଫ୍ୟାଶନ ସପ୍ତାହର ପ୍ରଥମ ପୃଷ୍ଠାରେ ଦେଖାଯିବା ତଥା ବହୁ ଜାତୀୟ ତଥା ଆନ୍ତର୍ଜାତୀୟ ଫ୍ୟାଶନ ବ୍ରାଣ୍ଡ ସହିତ କାର୍ଯ୍ୟ କରିବା ପାଇଁ ଜଣାଶୁଣା ଆନ୍ତର୍ଜାତୀୟ ପେସାଦାର ମଡେଲ ସନ୍ତଶ କୁମାର ଭାରାଙ୍କ ଦ୍ୱାରା ବିଚାର କରାଯାଇଥିଲା।
ଆୟୋଜକ ଦଳର ପ୍ରିତମ ପାଣି, ଆୟୁଷ ବେହେରା, ଦୀନେଶ ପେଂଟା, ପିୟୁଷ ବେହେରା,ପ୍ରଥମ ପୂଜାରୀ, ଅନିକେତ ସୂର୍ଯ୍ୟ, ସୁସ୍ମିତା ମହାପାତ୍ର, ଶ୍ରୀମୟୀ ଦାଶ, ମୟଙ୍କ ଦାଶ, ଶୁଭଶ୍ରୀ ମହାପାତ୍ର, ସୁଶାନ୍ତ ପଣ୍ଡାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ଦ୍ୱାରା ଏହି କାର୍ଯ୍ୟକ୍ରମ ସମ୍ଭବ ହୋଇ ପାରି ଥିଲା। ଏହି କାର୍ଯ୍ୟକ୍ରମରେ ଜୟପୁର ତଥା କୋରାପୁଟ ଅଂଚଳର ଅନେକ କଳାକାର ଉପସ୍ଥିତ ରହି ଆୟୋଜକଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ରାଜ୍ୟର ଅନେକ ସ୍ଥାନରୁ ଆସିଥିବା କଳାକାର ମଂଚରେ ଚାଲୁଥିବା କଳାକାର ସମସ୍ତଙ୍କ ମନକୁ ଜିତି ପାରିଥିଲେ। କୁନି କୁନି କଳାକାରଙ୍କ ମଂଚ ଉପରେ ଥିରି ଥିରି ପାଦ ପକେଇ ଆଗକୁ ବଢିବା ଏବଂ ସେମାନଙ୍କ ବେଶ ପୋଷାକ ହୃଦୟ ସ୍ପର୍ଶି ହୋଇ ପାରିଥିଲା, ବରିଷ୍ଠ କଳାକାରଙ୍କୁ ଦେଖିଲାପରେ ମନେ ହେଲା ଏମାନେ ଜାତୀୟ ସ୍ତରର ପ୍ରତିଯୋଗୀ ବୋଲି। ନିବେଦିତା ପାଣିଗ୍ରାହୀ, ବିଶ୍ୱଜିତ ପଣ୍ଡା ଏହି କାର୍ଯ୍ୟକ୍ରମର ମଂଚ ସଂଚାଳକ ଥିଲେ ।
୨ ମାସ ଧରି କଳାକାରଙ୍କୁ ବାଛିବା ପ୍ରକ୍ରିୟା ଏବଂ ଶେଷ ଦୁଇ ଦିନ କ୍ରମାଗତ ଭାବେ ଚୟନ କରାଯାଇଥିଲା। ପ୍ରଥମ ଦିନ ଏସ ଆର ନୋଭା ରେ ଶେଷ ଚୟନ ହୋଇ ଥିଲାବେଳେ। ଗ୍ରାଣ୍ଡ ଫିନାଲେ ଜେସିନ କଂଫୋର୍ଟସରେ ଆୟୋଜିତ ହୋଇ ବିଜୟତା ଏବଂ ଅନ୍ୟ ଉତକୁଷ୍ଠ ପ୍ରତିଯୋଗୀ ମାନଙ୍କୁ ସମ୍ମାନୀତ କରା ଯାଇଥିଲା ଶେଷରେ ନିରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି