ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ : ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟାର କର୍ଣ୍ଣଧାର ହୁଅନ୍ତୁ - ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ପୁରୀ, ୩୧ ଜୁଲାଇ (ହି.ସ.)- ଆମ ମା, ମହିଳା ମାନଙ୍କ ମଧ୍ୟରେ ଭରପୁର ଆତ୍ମବିଶ୍ବାସ ଓ ଅଜସ୍ର ଶକ୍ତି ରହିଛି। ସେଥିପାଇଁ ସମଗ୍ର ଦେଶରେ ୨୬ ଲକ୍ଷ ୫୦ ହଜାର ଲକ୍ଷପତି ଦିଦି ସୃଷ୍ଟି କରି ଓଡ଼ିଶା ସର୍ବୋଚ୍ଚ ସ୍ଥାନ ହାସଲ କରିଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଆଜି ଅପରାହ୍ନ
ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ।


ପୁରୀ, ୩୧ ଜୁଲାଇ (ହି.ସ.)- ଆମ ମା, ମହିଳା ମାନଙ୍କ ମଧ୍ୟରେ ଭରପୁର ଆତ୍ମବିଶ୍ବାସ ଓ ଅଜସ୍ର ଶକ୍ତି ରହିଛି। ସେଥିପାଇଁ ସମଗ୍ର ଦେଶରେ ୨୬ ଲକ୍ଷ ୫୦ ହଜାର ଲକ୍ଷପତି ଦିଦି ସୃଷ୍ଟି କରି ଓଡ଼ିଶା ସର୍ବୋଚ୍ଚ ସ୍ଥାନ ହାସଲ କରିଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଆଜି ଅପରାହ୍ନରେ ପୁରୀ ସ୍ବାମୀ ନାରାୟଣ ମନ୍ଦିର ପରିସରରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ର ୬୦୦ରୁ ଉର୍ଦ୍ଧ୍ବ ସୁଭଦ୍ରା ଶକ୍ତି ର ଡିଏଲଏଫ, ବିଏଲଏଫ ସଦସ୍ୟା ଏଥିରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କ ସମସ୍ୟା, ଆଗାମୀ ଯୋଜନା, ନୂଆ ନୂଆ ଉତ୍ପାଦ ପାଇଁ ଆବଶ୍ୟକ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆଞ୍ଚଳିକ ସ୍ତରୀୟ ଏହି କାର୍ଯ୍ୟକ୍ରମ ଦେବଗଡରୁ ଆରମ୍ଭ ହୋଇଥିଲା ଓ ପୁରୀରେ ସାରିବା ଲକ୍ଷ୍ୟ ରଖାଯାଇଥିଲା। ପ୍ରତିକୂଳ ପାଗ ସତ୍ବେ ସମସ୍ତଙ୍କ ସହଯୋଗରେ ଏହା ସମ୍ପର୍ଣ୍ଣ ହୋଇଛି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ମିଶନ ଶକ୍ତିର ମା ମାନଙ୍କ ଠାରୁ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ମାଧ୍ୟମରେ ନୂତନ ଜ୍ଞାନ ଆହରଣ କରିବା। ଏହା ନୂଆ କିଛି କରିବାକୁ ପ୍ରେରଣା ଦେବା ସହ ଯୁବ ବର୍ଗଙ୍କୁ ଉପଯୁକ୍ତ ମାର୍ଗଦର୍ଶନରେ ସହାୟକ ହେବ। ଉତ୍ପାଦନ ବୃଦ୍ଧି ସହ ନୂତନ ଉତ୍ପାଦ ପାଇଁ ସୁଯୋଗ ସୃଷ୍ଟି, ବଜାର ସୃଷ୍ଟି, ଇ ବଜାର ବ୍ୟବସ୍ଥା, କୃଷି କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ମନୋନିବେଶ କରିବା ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କେବଳ ଲାଭାର୍ଥୀ ହେବା ଆମର ଲକ୍ଷ୍ୟ ନୁହେଁ ବରଂ ରାଜ୍ୟ ଓ ଦେଶର ବିକାଶକୁ ତ୍ବରାନ୍ବିତ କରିବା ଆମ ସମସ୍ତଙ୍କ ଉଦ୍ୟମ ହେବା ଉଚିତ ବୋଲି ସେ ଆହ୍ବାନ ଦେଇଥିଲେ। ସରକାରଙ୍କ ସହ ଭାଗିଦାରୀ ହୋଇ ଆଗେଇବା ସହ ନିଜ ନିଜ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମାଧ୍ୟମରେ ଆମ ଦକ୍ଷତା ଓ କୌଶଳକୁ ଅଧିକ କ୍ରିୟାଶୀଳ କରିବାକୁ ଶ୍ରୀମତୀ ପରିଡା ପରାମର୍ଶ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ମହିଳା ମାନଙ୍କୁ ସଶକ୍ତୀକରଣ କରିବା କ୍ଷେତ୍ରରେ ଏହି ପଦକ୍ଷେପ ଏକ ଉଲ୍ଲେଖଯୋଗ୍ୟ ଭୂମିକା ବୋଲି କହିବା ସହ ସମଗ୍ର ଦେଶରେ ଆମ ରାଜ୍ୟର ମହିଳା ମାନେ ସର୍ବାଧିକ ଲକ୍ଷପତି ଦିଦି ହେବା ଏକ ଗୌରବର କଥା ବୋଲି କହିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ କରିବା ସହ ଏହି ସମ୍ମିଳନୀ ମହିଳା ମାନଙ୍କୁ ଅଧିକ ଦକ୍ଷତା ସମ୍ପନ୍ନ କରିବ ବୋଲି କହିଥିଲେ। ଶେଷରେ ଓଡିଆ ଜୀବିକା ମିଶନର ଯୁଗ୍ମ ସଚିବ ମମତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅବିନାଶ ରାଉତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ପୂର୍ବରୁ ତାଳବଣିଆ ଠାରେ ପୁରୀ ଜିଲ୍ଲା ସୁଭଦ୍ରା ଶକ୍ତି କେନ୍ଦ୍ରକୁ ଉପ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande