ସାକେତ ଜଙ୍ଗଲ ଜବରଦଖଲ ମାମଲାରେ ଡିଡିଏ ଠାରୁ ବିଚାରାଧୀନ ମାମଲାଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଲୋଡ଼ିଲା ଏନଜିଟି
ନୂଆଦିଲ୍ଲୀ, ୬ ଜୁଲାଇ (ହିସ): ସାକେତ ଜଙ୍ଗଲ ଜବରଦଖଲ ମାମଲାରେ କଥିତ ଜବରଦଖଲ ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଜାତୀୟ ସବୁଜ ଟ୍ରିବ୍ୟୁନାଲ ର ପ୍ରମୁଖ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟରେ ବିଚାରାଧୀନ ସମ୍ପୃକ୍ତ ମାମଲାଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଏବଂ ସହାୟକ ଦସ୍ତାବିଜ ଚାରି ସପ୍
ସାକେତ ଜଙ୍ଗଲ ଜବରଦଖଲ ମାମଲାରେ ଡିଡିଏ ଠାରୁ ବିଚାରାଧୀନ ମାମଲାଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଲୋଡ଼ିଲା ଏନଜିଟି


ନୂଆଦିଲ୍ଲୀ, ୬ ଜୁଲାଇ (ହିସ): ସାକେତ ଜଙ୍ଗଲ ଜବରଦଖଲ ମାମଲାରେ କଥିତ ଜବରଦଖଲ ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଜାତୀୟ ସବୁଜ ଟ୍ରିବ୍ୟୁନାଲ ର ପ୍ରମୁଖ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟରେ ବିଚାରାଧୀନ ସମ୍ପୃକ୍ତ ମାମଲାଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଏବଂ ସହାୟକ ଦସ୍ତାବିଜ ଚାରି ସପ୍ତାହ ମଧ୍ୟରେ ରେକର୍ଡରେ ଦାଖଲ କରିବାକୁ ଦିଲ୍ଲୀ ବିକାଶ କର୍ତୃପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଏକ ବିବୃତିରେ ଏନଜିଟି କହିଛି ଯେ ଶୁଣାଣି ସମୟରେ, ନିର୍ଦ୍ଦେଶକ (ଭୂମି ପରିଚାଳନା)-୧ ଅଜୟ କାଡିଆନ ଡିଡିଏ ପକ୍ଷରୁ ଭର୍ଚୁଆଲ୍ ଭାବରେ ହାଜର ହୋଇଥିଲେ ଏବଂ ଟ୍ରିବ୍ୟୁନାଲକୁ ଆଶ୍ୱାସନା ଦେଇଥିଲେ ଯେ ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯିବ ଏବଂ ସମୟୋଚିତ ଉତର ଦାଖଲ କରାଯିବ।

ଡିଡିଏର ଓକିଲ ଟ୍ରିବ୍ୟୁନାଲକୁ ସୂଚନା ଦେଇଥିଲେ ଯେ ମାମଲାଟି ଅକ୍ଟୋବର ୮, ୨୦୨୬ ରେ ଦିଲ୍ଲୀ ହାଇକୋର୍ଟରେ ଏବଂ ଜୁଲାଇ ୧୬, ୨୦୨୬ ରେ ଜିଲ୍ଲା କୋର୍ଟରେ ତାଲିକାଭୁକ୍ତ। ଏହା ପରେ, ଟ୍ରିବ୍ୟୁନାଲ ଉଭୟ ମାମଲା ପାଇଁ ବିସ୍ତୃତ ବିବରଣୀ ଏବଂ ସହାୟକ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଟ୍ରିବ୍ୟୁନାଲ୍ ଅଜୟ କାଡିଆନ୍ଙ୍କୁ ଭବିଷ୍ୟତର ଭର୍ଚୁଆଲ୍ ହାଜିରାରୁ ମୁକ୍ତ କରିଛନ୍ତି ଏବଂ ପରବର୍ତୀ ଶୁଣାଣି ୨୫ ସେପ୍େଟମ୍ବର, ୨୦୨୬ ପାଇଁ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖନୀୟ ଯେ ସାକେତରେ ପ୍ରାୟ ଛଅ ଏକର ଜଙ୍ଗଲ ଜମିରେ ୫୦୦ ରୁ ଅଧିକ ବସ୍ତି ଜବରଦଖଲ କରିଥିବା ରିପୋର୍ଟର ବିଚାର କରିଥିଲେ ଏବଂ ଡିଡିଏ ଠାରୁ ଜବାବ ମାଗିଥିଲେ। ଏହି ଜବରଦଖଲ ଜମିରେ ଅଳିଆ ପୋଡ଼ିବାର ଅଭିଯୋଗ ମଧ୍ୟ ଆସିଛି। ୨୫ ଜୁନ୍ ଆଦେଶରେ, ଏନଡିଟି ଏଜେନ୍ସିଗୁଡ଼ିକୁ ନୋଟିସ୍ ଜାରି କରିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande