ଅଷ୍ଟ୍ରେଲିଆ ଗଭର୍ଣ୍ଣର ଜେନେରାଲ ସାମ ମୋଷ୍ଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ମେଲବର୍ଣ୍ଣ, ୦୯ ଜୁଲାଇ(ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲ ସାମ ମୋଷ୍ଟିନଙ୍କୁ ଭେଟି ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଦୁଇନେତା ବାଣିଜ୍ୟ, ନିବେଶ, ଶିକ୍ଷା, ନବସୃଜନ ଏବଂ କ୍ରୀଡ଼ା
ଅଷ୍ଟ୍ରେଲିଆ ଗଭର୍ଣ୍ଣର ଜେନେରାଲ ସାମ ମୋଷ୍ଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ


ମେଲବର୍ଣ୍ଣ, ୦୯ ଜୁଲାଇ(ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲ ସାମ ମୋଷ୍ଟିନଙ୍କୁ ଭେଟି ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଦୁଇନେତା ବାଣିଜ୍ୟ, ନିବେଶ, ଶିକ୍ଷା, ନବସୃଜନ ଏବଂ କ୍ରୀଡ଼ା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ସହମତ ହୋଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି କ୍ଷେତ୍ରରେ ବୃଦ୍ଧି ପାଉଥିବା ସହଯୋଗ ଉଭୟ ଦେଶର ଜନସାଧାରଣଙ୍କ ପାଇଁ ନୂତନ ସୁଯୋଗ ଏବଂ ବାସ୍ତବ ଲାଭ ଆଣିବ।

ମେଲବୋର୍ଣ୍ଣରେ ଅନୁଷ୍ଠିତ ଏହି ବୈଠକରେ ଦୁଇନେତା ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀର ନିରନ୍ତର ବୃଦ୍ଧି ପାଉଥିବା ଗଭୀରତା ଏବଂ ବିବିଧତା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ଦୁଇଦେଶ ମଧ୍ୟରେ ଦ୍ରୁତ ଗତିରେ ସୁଦୃଢ଼ ହେଉଥିବା ଆର୍ôଥକ ସମ୍ପର୍କକୁ ସେ ସ୍ୱାଗତ କରିଥିଲେ ଏବଂ ବାଣିଜ୍ୟ ଓ ନିବେଶ ସହିତ ଶିକ୍ଷା ଓ ନବସୃଜନ କ୍ଷେତ୍ରରେ ସହଯୋଗ ଆହୁରି ସମ୍ପ୍ରସାରିତ ହେବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ।

ଏହି ବୈଠକରେ ଦୁଇନେତା କ୍ରୀଡ଼ା ସମ୍ପର୍କ କ୍ରମାଗତ ଭାବେ ସୁଦୃଢ଼ ହେବାରେ ଖୁସି ବ୍ୟକ୍ତ କରିଥିଲେ। ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଅଷ୍ଟ୍ରେଲିଆରେ ୨୦୩୨ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତିରେ କ୍ରୀଡ଼ା ସହଯୋଗକୁ ଆହୁରି ଗଭୀର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ଦୁଇଦେଶ ମଧ୍ୟରେ ସମ୍ପର୍କର ସବୁଠାରୁ ବଡ଼ ଶକ୍ତି ଏବଂ ଏହି ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande