ଏନଏଚ ୧୪୩ ବୀରମିତ୍ରପୁର-ଝାଡ଼ଖଣ୍ଡ ରାସ୍ତା ତୁରନ୍ତ ମରାମତି ଦାବିରେ ୧୨ ଘଂଟିଆ ବୀରମିତ୍ରପୁର ବନ୍ଦ ପାଳନ
ରାଉରକେଲା, ୧୧ ଅଗଷ୍ଟ (ହି.ସ.)- ୧୪୩ ନମ୍ବର ଜାତୀୟ ରାଜପଥ ବୀରମିତ୍ରପୁର-ଝାଡ଼ଖଣ୍ଡ ରାସ୍ତା ତୁରନ୍ତ ମରାମତି ଦାବିରେ ଆଜି୧୨ ଘଂଟିଆ ବୀରମିତ୍ରପୁର ବନ୍ଦ ପାଳନ କରାଯାଇଛି । ଫଳରେ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଳଚଳ ବନ୍ଦ ରହିଛି । ବୀରମିତ୍ରପୁରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବନ୍ଦ ପାଇଁ ଜ
ଏନଏଚ ୧୪୩ ବୀରମିତ୍ରପୁର-ଝାଡ଼ଖଣ୍ଡ ରାସ୍ତା ତୁରନ୍ତ ମରାମତି ଦାବିରେ ୧୨ ଘଂଟିଆ ବୀରମିତ୍ରପୁର ବନ୍ଦ ପାଳନ


ରାଉରକେଲା, ୧୧ ଅଗଷ୍ଟ (ହି.ସ.)- ୧୪୩ ନମ୍ବର ଜାତୀୟ ରାଜପଥ ବୀରମିତ୍ରପୁର-ଝାଡ଼ଖଣ୍ଡ ରାସ୍ତା ତୁରନ୍ତ ମରାମତି ଦାବିରେ ଆଜି୧୨ ଘଂଟିଆ ବୀରମିତ୍ରପୁର ବନ୍ଦ ପାଳନ କରାଯାଇଛି । ଫଳରେ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଳଚଳ ବନ୍ଦ ରହିଛି । ବୀରମିତ୍ରପୁରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବନ୍ଦ ପାଇଁ ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ସଂଖ୍ୟାରେ ଗାଡି । ଆନ୍ଦୋଳନକାରୀମାନେ ବିର୍ସାମୁଣ୍ଡା ଛକ ସମେତ ୪ଟି ସ୍ଥାନରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାଉରକେଲା-ବୀରମିତ୍ରପୁର -ଝାଡ଼ଖଣ୍ଡ ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି ।

ରାସ୍ତାର ଦୁରାବସ୍ଥା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି । ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଏନେଇ ଦାବି ଉପସ୍ଥାପନ ସତ୍ୱେ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ଶେଷରେ ବାଧ୍ୟ ହୋଇ ବନ୍ଦ ଡାକରା ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଛି । ଯଦି ଏନଏଚଏଆଇ କର୍ତୃପକ୍ଷ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ମଧ୍ୟ ଏକ ବିରାଟ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande