ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ଭୀଷଣ ବର୍ଷା : ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୧୧୩.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୧୧୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଭଦ୍ରକ ଜିଲ୍ଲାର ଭଣ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ଭୀଷଣ ବର୍ଷା : ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୧୧୩.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୧ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୧୧୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରିରେ ୯୦.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ମନ୍ଦିରାଡ୍ୟାମ୍ ରେ ୭୩.୦ ମି.ମି., ଦେବଗଡ଼ ଜିଲ୍ଲାର ବାରକୋଟରେ ୭୦.୨ ମି.ମି., କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣାରେ ୬୪.୪ ମି.ମି., ତେଲକୋଇରେ ୬୩.୬ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ୫୮.୪ ମି.ମି., କୁତ୍ରାରେ ୫୩.୪ ମି.ମି., କଟକ ଜିଲ୍ଲାର ବାଙ୍କୀରେ ୫୨.୦ ମି.ମି., ରାୟଗଡ଼ା ଜିଲ୍ଲାର ଗୁଡାରିରେ ୫୧.୦ ମି.ମି., କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ୪୯.୨ ମି.ମି., ଅନୁଗୁଳ ଜିଲ୍ଲାର ତାଳଚେରରେ ୪୮.୦ ମି.ମି. ଏବଂ କେନ୍ଦୁଝର ଜିଲ୍ଲାର ଘଟଗାଁରେ ୪୭.୨ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande