ବାଙ୍କୀ - ଡମପଡ଼ା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଲାଗୁହେଲା ବିଏନଏସ ୧୬୩
କଟକ, ୧୧ ଅଗଷ୍ଟ (ହି.ସ.)- କଟକ ଜିଲ୍ଲାର ବାଙ୍କୀ - ଡମପଡ଼ା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଲାଗୁ ହୋଇଛି ବିଏନଏସ ଧାରା ୧୬୩ । ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି । ୨ ଦିନ ପୂର୍ବରୁ ବିଡ଼ିଓଙ୍କ ମନମାନି ନେଇ ଶତାଧିକ ବିଜେପି କର୍ମୀ
ବାଙ୍କୀ - ଡମପଡ଼ା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଲାଗୁହେଲା ବିଏନଏସ ୧୬୩


କଟକ, ୧୧ ଅଗଷ୍ଟ (ହି.ସ.)- କଟକ ଜିଲ୍ଲାର ବାଙ୍କୀ - ଡମପଡ଼ା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଲାଗୁ ହୋଇଛି ବିଏନଏସ ଧାରା ୧୬୩ । ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି ।

୨ ଦିନ ପୂର୍ବରୁ ବିଡ଼ିଓଙ୍କ ମନମାନି ନେଇ ଶତାଧିକ ବିଜେପି କର୍ମୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ । ଅନେକ ସମୟରେ ବିଡ଼ିଓ ଜନସାଧାରଣଙ୍କ କଥା ଶୁଣୁନଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତି ହୋଇଥିଲା । ତେଣୁ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବାଙ୍କୀ ଉପଜିଲ୍ଲାପାଳ ବିଏନଏସ ୧୬୩ ଧାରା ଜାରି କରିଛନ୍ତି । ଉଭୟ ବ୍ଲକ ର କାର୍ଯ୍ୟାଳୟ ସମ୍ମୁଖରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande