ଏଗ୍ରିଷ୍ଟାକ ପ୍ରତ୍ୟାହାର କରିବାକୁ ବିଜେଡିର ଦାବି
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ଏଗ୍ରିଷ୍ଟାକକୁ ସରକାର ପ୍ରତ୍ୟାହାର କରିବାକୁ ବିଜେଡି ଦାବି କରିଛି । ବିଜେଡି ନେତା ସଂଜୟ ଦାସବର୍ମା କହିଛନ୍ତି ଯେ, ବିଜେପିର ବିଧାୟକ ମାନେ ଚାଷୀ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଛନ୍ତି। ବିଜେପି
ଏଗ୍ରିଷ୍ଟାକ     ପ୍ରତ୍ୟାହାର କରିବାକୁ ବିଜେଡିର ଦାବି


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ଏଗ୍ରିଷ୍ଟାକକୁ

ସରକାର ପ୍ରତ୍ୟାହାର କରିବାକୁ ବିଜେଡି ଦାବି କରିଛି । ବିଜେଡି ନେତା ସଂଜୟ ଦାସବର୍ମା କହିଛନ୍ତି

ଯେ, ବିଜେପିର ବିଧାୟକ ମାନେ ଚାଷୀ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ଓ ଯୋଗାଣ ମନ୍ତ୍ରୀଙ୍କୁ

ଭେଟିଛନ୍ତି। ବିଜେପି ବିଧାୟକ ମାନଙ୍କୁ ଧନ୍ୟବାଦ। ଚାଷୀଙ୍କ ପାଇଁ ସେମାନେ ଯାଇଥିଲେ। ବର୍ତ୍ତମାନ

ଆବଶ୍ୟକତା ଅଛି ଏ କଳା ଆଇନକୁ ପ୍ରତ୍ୟାହାର କରନ୍ତୁ। ଏଗ୍ରିଷ୍ଟାକ ନକଲେ ବି ଚାଷୀ ପଞ୍ଜୀକରଣ

କରିବ ବୋଲି କାଲି ସରକାର କହିଲେ। କିନ୍ତୁ ଏଯାଏ କୌଣସି ବିଜ୍ଞପ୍ତି ପ୍ରକାଶ ହୋଇ ନାହିଁ ବା

ସ୍ପଷ୍ଟତା ନାହିଁ। ମହିଳା ଏସଏଚଜି, ଭାଗ

ଚାଷୀଙ୍କୁ ବାଦ ଦିଆଯାଇଛି। ଏଗ୍ରିଷ୍ଟାକର ଆବଶ୍ୟକତା ନାହିଁ ବୋଲି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ

କରନ୍ତୁ । ସରକାର କହିଲେ ଭାଗ ଚାଷୀ ଙ୍କ ପାଇଁ ସ୍ଵତନ୍ତ୍ର ଆପ ଆସିବ। ଚାଷୀ ପଞ୍ଜୀକରଣ ଖୁବ୍

ଶୀଘ୍ର ଶେଷ ହେବାକୁ ଯାଉଛି ହେଲେ ଏପର୍ଯ୍ୟନ୍ତ ଆପ୍ ଆସିନି। ସାରର ଘୋର ସଙ୍କଟ। ସରକାର କି

ପଦକ୍ଷେପ ନେଇଛନ୍ତି। ଚାଷୀ ଉପରେ ନିୟମ ଲଦି ଦେଇଛନ୍ତି ସରକାର। ତୁରନ୍ତ ସଂଶୋଧନ କରନ୍ତୁ ନଚେତ

ଚାଷୀ ଅସନ୍ତୋଷ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande