କ୍ରୁଟ୍ ର କାର୍ଯ୍ୟକଳାପ ସମୀକ୍ଷା: ସୁରକ୍ଷା, ସେବାର ଗୁଣବତା ଓ ଯାତ୍ରୀ ସନ୍ତୋଷ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- କମ୍ପ୍ରିହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍)ର କାର୍ଯ୍ୟକଳାପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ‘ଆମ ବସ୍’ ସେବାର ଗୁଣ
crut


ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- କମ୍ପ୍ରିହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍)ର କାର୍ଯ୍ୟକଳାପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ‘ଆମ ବସ୍’ ସେବାର ଗୁଣବତା, ସୁରକ୍ଷା ଓ ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରିବା ପାଇଁ ସମନ୍ୱିତ ଓ ସମୟବଦ୍ଧ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ କ୍ରୁଟ୍ ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ଅତିରିକ୍ତ ସଚିବ- ତଥା -ଜିଏମ୍ ସହଦେବ ସମାଧିଆ, ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ମମତାରାଣୀ ନାଏକ, କ୍ରୁଟ୍ ର ଆର୍ôଥକ ପରାମର୍ଶଦାତା, ଓଏସ୍ ଡି, ମ୍ୟାନେଜର (ଅପରେସନ)ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ କ୍ରୁଟ୍ ର ସାମଗ୍ରିକ ପରିଚାଳନା କାର୍ଯ୍ୟଦକ୍ଷତା, ବସ୍ ଓ ରୁଟ୍ ପରିଚାଳନା, ସଡ଼କ ସୁରକ୍ଷା, ଯାତ୍ରୀ ସେବା, ପରିଚାଳନା, ଡିଜିଟାଲ୍ ବ୍ୟବସ୍ଥା, ଆର୍ôଥକ ସ୍ଥାୟିତ୍ୱ, ଭିତିଭୂମି ଏବଂ ଭବିଷ୍ୟତ ସମ୍ପ୍ରସାରଣ ଯୋଜନା ଆଦିର ବିସ୍ତୃତ ସମୀକ୍ଷା କରାଯାଇଥିଲା । ସେବା ପ୍ରଦାନ ବ୍ୟବସ୍ଥାର ନିରନ୍ତର ନିରୀକ୍ଷଣ କରି ଯେଉଁଠାରେ ଅଭାବ ବା ତ୍ରୁଟି ପରିଲକ୍ଷିତ ହେଉଛି, ସେଠାରେ ତୁରନ୍ତ ସୁଧାରମୂଳକ ପଦକ୍ଷେପ ନେବାକୁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଥିଲେ । ନିରାପଦ, ବିଶ୍ୱସନୀୟ, ଦକ୍ଷ ଓ ଯାତ୍ରୀ-ଅନୁକୂଳ ସାଧାରଣ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ପ୍ରାଥମିକତା ଦେଇଥିଲେ ।

ବର୍ତମାନ କ୍ରୁଟ୍ ପକ୍ଷରୁ ସାତଟି ସହରରେ ୭୭୦ଟି ବସ୍ ଚଳାଚଳ କରୁଛି। ଏଥିରେ ୩୯୦ଟି ଇଲେକ୍ଟ୍ରିକ୍ ବସ୍ ରହିଛି । ୧୩୮ଟି ରୁଟ୍ ରେ ଏହି ବସ୍ ଗୁଡ଼ିକ ଚଳାଚଳ କରି ପ୍ରତିଦିନ ପ୍ରାୟ ୩.୫ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଛି । ଇେଂଟଲିଜେଂଟ ଟ୍ରାନ୍ସପୋର୍ଟ ମ୍ୟାନେଜମେଂଟ ସିଷ୍ଟମ୍ , ଜି ପି ଏସ୍ ଆଧାରିତ ଯାନ ଟ୍ରାକିଂ, କମାଣ୍ଡ ଆଣ୍ଡ କେଂଟ୍ରାଲ୍ ସେଂଟର ମନିଟରିଂ, ସି ସି ଟି ଭି , ଯାତ୍ରୀ ସୂଚନା ବ୍ୟବସ୍ଥା ଏବଂ ଅପରେସନାଲ୍ ଡ୍ୟାସବୋର୍ଡ ଭଳି ପ୍ରଯୁକ୍ତିଭିତିକ ବ୍ୟବସ୍ଥା ମାଧ୍ୟମରେ କ୍ରୁଟ୍ ର ପରିଚାଳନାକୁ ଆହୁରି ସୁଦୃଢ଼ କରାଯାଉଛି ।

ବୈଠକରେ ମାନବ ସମ୍ବଳ ସୁଦୃଢ଼ୀକରଣ ଓ କର୍ମଚାରୀ କଲ୍ୟାଣ ଦିଗ ମଧ୍ୟ ସମୀକ୍ଷା କରାଯାଇଥିଲା । କ୍ରୁଟ୍ ପକ୍ଷରୁ ପୁନଃପ୍ରଶିକ୍ଷଣକୁ ବ୍ୟାପକ କରାଯାଇଥିବାବେଳେ ଇଲେକ୍ଟ୍ରିକ୍ ବସ୍ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ, ସାଇକୋମେଟ୍ରିକ୍ ମୂଲ୍ୟାୟନ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ ନିଆଯାଇଛି । କ୍ରୁଙ୍କ କାର୍ଯ୍ୟଦକ୍ଷତାକୁ ନିର୍ଦ୍ଦିଷ୍ଟ କେ ପି ଆଇ ସହ ସଂଯୁକ୍ତ କରାଯାଇଛି । କ୍ରୁଟ୍?ର ସମସ୍ତ କ୍ରୁ' ସଦସ୍ୟ ‘ସୁବାହକ’ ପ୍ରଶିକ୍ଷଣ ମାଧ୍ୟମରେ ପ୍ରମାଣିତ ହୋଇଥିବାବେଳେ ୧୧୮ ଜଣ କ୍ରୁ' ସଦସ୍ୟଙ୍କୁ କାର୍ଯ୍ୟଦକ୍ଷତା ଆଧାରିତ ସ୍ୱୀକୃତି ପ୍ରଦାନ କରାଯାଇଛି ।

କ୍ରୁଟ୍?ର ଆର୍ôଥକ ସ୍ଥାୟିତ୍ୱ ଓ ଅନୁଷ୍ଠାନଗତ ସୁଦୃଢ଼ୀକରଣ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା । ସୁଲଭ ଭଡ଼ା ଏବଂ ଜନସେବା ଦାୟିତ୍ୱ ସତ୍ୱେ କ୍ରୁଟ୍ ର ଖର୍ଚ୍ଚ ଆଦାୟ ଅନୁପାତରେ ଉନ୍ନତି ଘଟିଛି ଏବଂ ବର୍ତମାନ ଏହା ପ୍ରାୟ ୬୫ ପ୍ରତିଶତ ରହିଛି। ଭବିଷ୍ୟତ ପଦକ୍ଷେପ ମଧ୍ୟରେ ସାଂଗଠନିକ ପୁନର୍ଗଠନ, ସ୍ୱୟଂଚାଳିତ ବିକ୍ରେତା ଓ ବିଲିଂ ପରିଚାଳନା, ସମ୍ପତିରୁ ରାଜସ୍ୱ ସୃଷ୍ଟି, କୂତ୍ରିମ ବୁଦ୍ଧିମତା ଆଧାରିତ ସମୟସୂଚୀ ପ୍ରସ୍ତୁତି ଏବଂ ପର୍ଯ୍ୟାୟକ୍ରମେ ସେବା ସମ୍ପ୍ରସାରଣ ଆଦି ରହିଛି ।

ଶେଷ ମାଇଲ୍ ସଂଯୋଗକୁ ଆହୁରି ସୁଦୃଢ଼ କରିବା ନିମନ୍ତେ କ୍ରୁଟ୍ ପକ୍ଷରୁ ସାର୍ବଜନୀନ-ଘରୋଇ ସହଭାଗିତା ମଡେଲ୍ ଏବଂ ଅନ୍ୟାନ୍ୟ ସହଯୋଗମୂଳକ ପଦକ୍ଷେପ ମାଧ୍ୟମରେ ଫିଡର୍ ଓ ଆନୁଷଙ୍ଗିକ ଗତିଶୀଳତା ସେବାର ପ୍ରଚଳନ ଓ ସମ୍ପ୍ରସାରଣର ସମ୍ଭାବନା ଅନୁସନ୍ଧାନ କରାଯାଉଛି । ସେବାର ପରିସର ବୃଦ୍ଧି, ପରିଚାଳନାଗତ ଦକ୍ଷତା ଏବଂ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ପି ପି ପି ଆଧାରିତ ପଦକ୍ଷେପର ସମ୍ଭାବନା ମଧ୍ୟ ଅନୁଧ୍ୟାନ କରାଯିବ ।

ଶ୍ରୀମତୀ ପାଢ଼ୀ କ୍ରୁଟ୍ କୁ ରୁଟ୍, ସମୟସୂଚୀ, ବସ୍ ର ବ୍ୟବହାର, ସୁରକ୍ଷା ସୂଚକ, ଯାତ୍ରୀଙ୍କ ଅଭିଯୋଗ ଏବଂ କ୍ରୁ' ମାନଙ୍କର କାର୍ଯ୍ୟଦକ୍ଷତାର ନିରନ୍ତର ନିରୀକ୍ଷଣ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ‘ଆମ ବସ୍’ ସେବା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ପ୍ରତ୍ୟେକ ସ୍ତରରେ ଉତରଦାୟିତ୍ୱ, ପରିଚାଳନାଗତ ସମସ୍ୟାର ତ୍ୱରିତ ସମାଧାନ ଏବଂ ଯାତ୍ରୀଙ୍କ ମତାମତର ନିୟମିତ ମୂଲ୍ୟାୟନ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତିଗୁଡ଼ିକର ପ୍ରଭାବୀ ଅନୁପାଳନ ସୁନିଶ୍ଚିତ କରିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ୱାରା କ୍ରୁଟ୍ ଏକ ନିରାପଦ, ଦକ୍ଷ, ପ୍ରଯୁକ୍ତିସମ୍ପନ୍ନ ଏବଂ ନାଗରିକକୈନ୍ଦ୍ରିକ ନଗର ସାଧାରଣ ପରିବହନ ବ୍ୟବସ୍ଥା ହୋଇ ନିରନ୍ତର ଭାବେ ବିକଶିତ ହୋଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande