
ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ଭୁବନେଶ୍ୱରଠାରେ “ଷ୍ଟେଟ ଲେଭଲ ଟ୍ରେନିଂ ଅନ୍ ମାଟରନାଲ ଆଣ୍ଡ ଚାଇଲ୍ଡ ହେଲ୍ଥ ଇନ୍ ହାଇ ପ୍ରାୟୋରିଟି ବ୍ଲକସ୍ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଗର୍ଭବତୀ ମା’ମାନଙ୍କର ସୁରକ୍ଷିତ ମାତୃତ୍ୱ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ, ପୋଷଣ, ଟୀକାକରଣ ସହ ସମୟୋପଯୋଗୀ ସ୍ୱାସ୍ଥ୍ୟ ସେବା ପ୍ରଦାନ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ପ୍ରତ୍ୟେକ ମା’ ଓ ପ୍ରତ୍ୟେକ ନବଜାତ ଶିଶୁଙ୍କ ସୁରକ୍ଷା ଓ କଲ୍ୟାଣକୁ ଲୋକଙ୍କ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଏହି ପ୍ରୟାସର ଅଂଶ ଭାବେ ରାଜ୍ୟରେ ମୋଟ ୧୧୬ଟି ବ୍ଲକ ଚିହ୍ନଟ କରାଯାଇ ଅଗ୍ରାଧିକାର ଭିତିରେ ସେଠାରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି। ମୋର ବିଶ୍ୱାସ ଆମ ସ୍ୱାସ୍ଥ୍ୟକର୍ମୀମାନଙ୍କର ଜ୍ଞାନ, ପ୍ରତିବଦ୍ଧତା ଓ ନେତୃତ୍ୱ ମା’ ଓ ନବଜାତ ଶିଶୁଙ୍କ ଜୀବନ ରକ୍ଷାରେ ପରିବର୍ତନ ଆଣିପାରିବ ଏବଂ ଆମ ସମସ୍ତଙ୍କର ସାମୂହିକ ପ୍ରୟାସ ଦ୍ୱାରା ମାତୃ ଓ ନବଜାତ ମୃତ୍ୟୁହାରକୁ ହ୍ରାସ କରିବାର ଲକ୍ଷ୍ୟକୁ ପୂରଣ କରିବ।
ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗର ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା