ବୈତରଣୀରେ ନଦିରେ ପୁଣି ବନ୍ୟା, ଗେଙ୍ଗୁଟି ନଦୀରେ ଭାସି ଚାଷୀ ନିଖୋଜ,ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ସମୀକ୍ଷା।
ଭଦ୍ରକ, ୧୪ ଅଗଷ୍ଟ (ହି.ସ.) - ଲଘୁଚାପଜନିତ ଲଗାଣ ବର୍ଷା ପରେ ପୁଣି ଧାମନଗର କୁ ଦ୍ୱିତୀୟ ବନ୍ୟାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଟପିବା ସହ କୋଚିଳା ଓ ଗେଙ୍ଗୁଟି ନଦୀ ରେ ମଧ୍ୟ ବନ୍ୟାଜଳ ବଢ଼ିବାରୁ ଧାମନଗର ବ୍ଲକର ପୁଣି ବନ୍ୟା ଦେଖା ଦେଇଛି।ଦୋବଲ, ଖଡ଼ିପଦା, ଆନନ୍ଦପୁର, କରଦା, ଶୋହଡା, ପଧାନି,
BAITARANI NADI RE PUNI BANYA


ଭଦ୍ରକ, ୧୪ ଅଗଷ୍ଟ (ହି.ସ.) - ଲଘୁଚାପଜନିତ ଲଗାଣ ବର୍ଷା ପରେ ପୁଣି ଧାମନଗର କୁ ଦ୍ୱିତୀୟ ବନ୍ୟାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଟପିବା ସହ କୋଚିଳା ଓ ଗେଙ୍ଗୁଟି ନଦୀ ରେ ମଧ୍ୟ ବନ୍ୟାଜଳ ବଢ଼ିବାରୁ ଧାମନଗର ବ୍ଲକର ପୁଣି ବନ୍ୟା ଦେଖା ଦେଇଛି।ଦୋବଲ, ଖଡ଼ିପଦା, ଆନନ୍ଦପୁର, କରଦା, ଶୋହଡା, ପଧାନି, ଅର୍ଜୁନପୁର, ହସନାବାଦ ଆଦି ପଂଚାୟତ ର ବିଭିନ୍ନ ଗାଁ ଓ ଚାଷଜମିକୁ ବନ୍ୟାଜଳ ପ୍ରବେଶ କରିଥିବାବେଳେ ଦୋବଲ - ଷେଣ୍ଢପୁର, ଖଡ଼ିପଦା - ଆନନ୍ଦପୁର,ଓ କାଞ୍ଜିଆପାଳ କୁ ଯୋଗା ଯୋଗ ବିଚିହ୍ନ ହୋଇଛି। ଆଜି ସକାଳେ। ଆନନ୍ଦପୁର ପଂଚାୟତ ପାହାଡ଼ପୁର ଯେନାସାହିର ଗଣେଶ ଯେନା (୫୦) ବିଲକୁ ଧାନ ରୋଇ ବାକୁ ଯାଇଥିବା ବେଳେ ବନ୍ୟା ପାଣି ମାଡିଆସିଥିଲା ଗଣେଶ ବନ୍ୟାପାଣି ରେ ଭାସି ଯାଇ ନିଖୋଜ ହୋଇଛନ୍ତି। ଖବର ପାଇ ପରିବାର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ଥିବାବେଳେ ଓଡ଼୍ରାଫ୍ ଟିମି ମଧ୍ୟ ଖୋଜା ଖୋଜି କରି ବିଫଳ ହୋଇ ଥିଲେ ସଂଧ୍ୟା ହେବାରୁ ପୁଣି ଶନିବାର ଖୋଜା ଯିବ। ବନ୍ୟା ପରିସ୍ଥିତିକୁ ନେଇ ଧାମନଗର ପ୍ରଶାସନ ପକ୍ଷରୁ ସଜାଗ ରହିଛନ୍ତି ଆବଶ୍ୟକସ୍ଥଳେ ଲୋକଙ୍କୁ ଉଚ୍ଚସ୍ଥାନ, ବନ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଗୃହକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଧାମନଗର ବ୍ଲକ କାର୍ଯ୍ୟାଳୟରେ ଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରାଯାଇଛି। ପଂଚାୟତୱାରୀ ନୋଡାଲ ଅଫିସର ନିଯୁକ୍ତି ସହ ଜରୁରୀ ପରିସ୍ଥିତି ପାଇଁ ହ୍ୱାଟସଆପ୍ ଗ୍ରୁପ୍ ଖୋଲାଯାଇଛି। ଗେଙ୍ଗୁଟି ଓ ବୈତରଣୀର ବିଭିନ୍ନ ସ୍ଥାନରେ ବୋଟ୍ ପ୍ରସ୍ତୁତ ରଖାଯାଇଥିବା ବିଡିଓ ବନବିହାରୀ ଦିଣ୍ଡା କହିଛନ୍ତି। କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବାବେଳେ ୩ ଟି ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଶୁକ୍ରବାର ବନ୍ୟାଂଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଜରୁରୀ ପରିସ୍ଥିତିରେ ସ୍ଥାନାନ୍ତର, ରିଲିଫ୍ ଓ ଆବଶ୍ୟକ ସହାୟତା ତୁରନ୍ତ ଯୋଗାଇଦେବାକୁ ଅଧିକାରୀଙ୍କୁ କହିଛନ୍ତି। ୧୫ ଅଗଷ୍ଟ ଥିବାରୁ ବନ୍ୟା ପ୍ରଭାବିତ ଅଂଚଳର ସ୍କୁଲଗୁଡ଼ିକୁ ଛୁଟି ଦିଆଯାଇଥିବାବେଳେ ସମ୍ଭବତଃ ଶିକ୍ଷକମାନେ ବିଦ୍ୟାଳୟରେ ପହଂଚି ଜାତୀୟ ପତାକା ଉତୋଳନ କରିବାକୁ କୁହାଯାଇଛି।୧୫ ଦିନ ପୂର୍ବେ ଧାମନଗର ରେ ମହା ବନ୍ୟା ରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିବାବେଳେ ପୁଣି ଦ୍ୱିତୀୟ ଥର ବନ୍ୟା ରେ ଲୋକ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande