ଜିଲ୍ଲା ସ୍ତରୀୟ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା, ୧୪ ଅଗଷ୍ଟ (ହି.ସ.) - ତ୍ରିରଙ୍ଗା ପତାକା ଆମ ଦେଶ ଭକ୍ତି, ଦେଶ ପ୍ରେମ,ଜାତୀୟତାବୋଧ, ଶାନ୍ତି, ମୈତ୍ରୀ ଓ ସମ୍ପ୍ରିତିର ପ୍ରତୀକ କ୍ଷ ଅଖଣ୍ଡ ଭାରତ ବର୍ଷକୁ ଏକତା ସୂତ୍ରରେ ବାନ୍ଧି ସ୍ୱାଧୀନତାର ଇତିହାସକୁ ମନେପକାଇ ଜାତୀୟ ଏକତା, ଅଖଣ୍ଡତା, ମଜବୁତ୍ କରି ଜାତୀୟ ସଂହତି କୁ ସୁଦୃଢ ଓ ଉଦ୍ରେଗ
Triranga


ଖୋର୍ଦ୍ଧା, ୧୪ ଅଗଷ୍ଟ (ହି.ସ.) - ତ୍ରିରଙ୍ଗା ପତାକା ଆମ ଦେଶ ଭକ୍ତି, ଦେଶ ପ୍ରେମ,ଜାତୀୟତାବୋଧ, ଶାନ୍ତି, ମୈତ୍ରୀ ଓ ସମ୍ପ୍ରିତିର ପ୍ରତୀକ କ୍ଷ ଅଖଣ୍ଡ ଭାରତ ବର୍ଷକୁ ଏକତା ସୂତ୍ରରେ ବାନ୍ଧି ସ୍ୱାଧୀନତାର ଇତିହାସକୁ ମନେପକାଇ ଜାତୀୟ ଏକତା, ଅଖଣ୍ଡତା, ମଜବୁତ୍ କରି ଜାତୀୟ ସଂହତି କୁ ସୁଦୃଢ ଓ ଉଦ୍ରେଗ କରି ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଉର୍ଦ୍ଧରେ ସମସ୍ତଙ୍କୁ ଦେଶ ମାତୃକା ସେବାରେ ପ୍ରେରଣା ଦେଇ ଆମ ରାଷ୍ଟ୍ରକୁ ବିଶ୍ୱ ଦରବାରରେ ସର୍ବୋତମ ବୃହତ୍ ଗଣତନ୍ତ୍ର ରାଷ୍ଟ୍ରର ବିଶ୍ୱ ଭାତୃତ୍ୱର ଓ ମାତୃ ବନ୍ଦନାର ପରିଚୟ ପ୍ରଦାନ କରିଥାଏ ବୋଲି ଆଜି ଜିଲ୍ଲାସ୍ତରୀୟ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ, ଭୁବନେଶ୍ୱର, ଅପରାଜିତା ଷଡଙ୍ଗୀ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ବିଧାୟକ, ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଦେଶ ଭକ୍ତିକୁ ଜାଗ୍ରତ କରିବା ସମ୍ମାନ ଓ ସ୍ୱାଭିମାନକୁ ରକ୍ଷା କରିବା ପାଇଁ ବିରସୁରୀ ମାନେ ନିଜକୁ ବଳିଦାନ ଦେଇଛନ୍ତି । ଆଜିର ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସେମାନଙ୍କୁ ଏହା ଏକ ଶ୍ରଦ୍ଧାଞ୍ଜଳୀ ସହ ଭାରତର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେରଣା ଯୋଗାଇବବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ସଭାପତି ଭାଷଣରେ କହିଥିଲେ କି ଖୋର୍ଦ୍ଧା ପାଇକ ମାଟି ଅନେକ ବିରଶୁରୀଙ୍କୁ ଜନ୍ମ ଦେଇ ଆଜିର ଯେଉଁ ତ୍ରିରଙ୍ଗା ତଳେ ଆମେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ରହିଛେ ତାହା ସେମାନଙ୍କ ତ୍ୟାଗ ଯୋଗୁ ସମ୍ଭବ ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ସ୍ୱାଧୀନତା ଦିବସ ପାଳନର ର ଅବ୍ୟବହିତ ପୂର୍ବରୁ ଆଜି ଆମେ ଯେଉଁ ତ୍ରିରଙ୍ଗା କାର?୍ୟ୍ୟକ୍ରମ ପାଳନ କରୁଛେ ତାହା ଦେଶ ଭକ୍ତିର ପ୍ରେରଣା କୁ ବହୁଗୁଣିତ କରି ଅଖଣ୍ଡ ଭାରତ ବର୍ଷକୁ ସଶକ୍ତ କରି ଗଢି ତୋଳିବା ରେ ସହାୟ ହେବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ, ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲା ଭାଜପା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଆରକ୍ଷୀ ଅଧିକ୍ଷକ ପାରମାର ଶ୍ମିଥ ପାରୁଷୋତମ୍ ଦାସ ପ୍ରମୁଖ ମଂଚାସୀନ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ୱସ୍ତିକ ସାହୁ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏକ ବିଶାଳ ରାଲୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପହଂଚିଥିଲା । ଟାଉନ୍ ହଲ୍ ଠାରେ ବନ୍ଦେ ମାତାରମ୍ ଗାନ ସହ ବିଭାଜନ ବିଭୀଷିକା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ବର୍ଗର ହଜାର ହଜାର ସଂଖ୍ୟାରେ ଜନ ସାଧାରଣ, ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ମହିଳା, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande