କମନୱେଲଥ ଫେନ୍ସିଂ ଚାମ୍ପିୟନସିପରେ ସଫଳ ରାଖାଲ ସେଠୀଙ୍କୁ କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୧୪ ଅଗଷ୍ଟ (ହି.ସ) - କମନୱେଲଥ ଫେନ୍ସିଂ ଚାମ୍ପିୟନସିପରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ତଥା ଦୁଇଟି କାଂସ୍ୟ ପଦକ ହାସଲ କରିଥିବା ଭଦ୍ରକର ରାଖାଲ କୁମାର ସେଠୀ ଙ୍କୁ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟର୍ବଂଶୀ ସୂରଜ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି
sdfg


ଭୁବନେଶ୍ୱର, ୧୪ ଅଗଷ୍ଟ (ହି.ସ) - କମନୱେଲଥ ଫେନ୍ସିଂ ଚାମ୍ପିୟନସିପରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ତଥା ଦୁଇଟି କାଂସ୍ୟ ପଦକ ହାସଲ କରିଥିବା ଭଦ୍ରକର ରାଖାଲ କୁମାର ସେଠୀ ଙ୍କୁ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟର୍ବଂଶୀ ସୂରଜ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କ୍ରୀଡା ମନ୍ତ୍ରୀ ଲେଖିଛନ୍ତି ଆମ ଭଦ୍ରକ ମାଟିର ପୁଅ ରାଖାଲ କୁମାର ସେଠୀ କମନୱେଲଥ ଫେନ୍ସିଂ ଚାମ୍ପିୟନସିପରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ତଥା ଦୁଇଟି କାଂସ୍ୟ ପଦକ ଜିଣି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି । ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ତାଙ୍କୁ ଅଶେଷ ଶୁଭେଚ୍ଛା । ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରୁ ସେ ଆଗକୁ ଅନେକ ସଫଳତା ହାସଲ କରନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande