କୋରାପୁଟରେ ଚା ବଗିଚା ବୁଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)- କୋରାପୁଟରେ ଚା ବଗିଚା ବୁଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆଜି କୋରାପୁଟର ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାତଃ ଭ୍ରମଣ କରିବା ସହ ଏଠାକାର କଫି ଓ ଇଲାଚି ଚାଷ ସମ୍ପର୍କରେ
କୋରାପୁଟରେ ଚା ବଗିଚା ବୁଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)- କୋରାପୁଟରେ ଚା ବଗିଚା ବୁଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

ଏହି ଅବସରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆଜି କୋରାପୁଟର ସୁନ୍ଦର ପ୍ରାକୃତିକ

ପରିବେଶ ମଧ୍ୟରେ ପ୍ରାତଃ ଭ୍ରମଣ କରିବା ସହ

ଏଠାକାର କଫି ଓ ଇଲାଚି ଚାଷ ସମ୍ପର୍କରେ ଅନୁଧ୍ୟାନ କରିବାର ସୁଯୋଗ ମିଳିଲା। ପ୍ରାତଃ ଭ୍ରମଣ

କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ମନକୁ ମଧ୍ୟ ସତେଜ ଓ ଉତ୍ସାହିତ ରଖିଥାଏ। କୋରାପୁଟର ସବୁଜ

ପରିବେଶ ମଧ୍ୟରେ ବୁଲିବା ସହ ଏଠାକାର କଫି ଓ ଇଲାଚି ଚାଷର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର

ଅନୁଭୂତି ନିଆରା।ନିଜ ସ୍ୱାସ୍ଥ୍ୟ

ପ୍ରତି ସଚେତନ ହେବା, ପ୍ରତିଦିନ କିଛି

ସମୟ ପ୍ରାତଃ ଭ୍ରମଣ ଓ ବ୍ୟାୟାମ ପାଇଁ ବାହାର କରିବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande