
ନୂଆଦିଲ୍ଲୀ, ୨୧ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ସଂସଦ ମାର୍ଗ ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ଧାରଣାକୁ ନେଇ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଦେଶ ପୁଣି ଥରେ ରାହୁଲ ଗାନ୍ଧୀଙ୍କ ଶସ୍ତା ଏବଂ ଶିରୋନାମା ହାସଲ କରୁଥିବା ରାଜନୀତି' ଦେଖୁଛି। ତାଙ୍କର ଏହି ଧାରଣା କେବଳ ମିଡିଆରେ ଶିରୋନାମା ହାସଲ କରିବା ପାଇଁ। ଜେପି ନଡ୍ଡା ଗଣମାଧ୍ୟମକର୍ମୀଙ୍କ ସହ କଥାବାର୍ତା ସମୟରେ ଅଭିଯୋଗ କରିଛନ୍ତି ଯେ ଏହି ଧାରଣା ନା ଛାତ୍ରମାନଙ୍କ ହିତରେ ଅଛି ନା ନ୍ୟାୟ ପାଇଁ, ବରଂ ଏହା କଂଗ୍ରେସର ରାଜନୈତିକ ହତାଶା ଏବଂ ରାହୁଲଙ୍କ ମିଡିଆରେ ରହିବାର ପ୍ରୟାସର ପ୍ରତୀକ। ସେ କହିଛନ୍ତି ଯେ ୨୦ ଜୁଲାଇର ଘଟଣାକୁ ସୁପ୍ରିମକୋର୍ଟ ପୂର୍ବରୁ ହିଁ ସଂଜ୍ଞାନକୁ ନେଇଛନ୍ତି ଏବଂ ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ପାଂଚ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ତଦନ୍ତ କରୁଛି। ଏପରି ସ୍ଥିତିରେ ଯେତେବେଳେ ଦେଶର ସର୍ବୋଚ୍ଚ ଅଦାଲତ ମାମଲାର ତଦନ୍ତ କରୁଛନ୍ତି, ସେତେବେଳେ ରାହୁଲଙ୍କ ଥାନା ବାହାରେ କ୍ୟାମେରା ସାମ୍ନାରେ ଧାରଣା ଦେବା ନ୍ୟାୟପାଳିକା ଉପରେ ଅବିଶ୍ୱାସ ଦର୍ଶାଉଛି। ସେ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ପ୍ରଦର୍ଶନ କେବଳ ଶିରୋନାମାରେ ରହିବାର ପ୍ରୟାସ।
ନଡ୍ଡା କହିଛନ୍ତି ଯେ ଯଦି ଏହି ସମ୍ପୂର୍ଣ୍ଣ ଘଟଣାକ୍ରମର ସମୟ ଉପରେ ନଜର ପକାଯାଏ ତେବେ ସ୍ପଷ୍ଟ ହୁଏ ଯେ କଂଗ୍ରେସ ଏହି ସମୟରେ ବନ୍ଦେ ମାତରମ୍ ବିବାଦକୁ ନେଇ ସାରା ଦେଶରେ ସମାଲୋଚନାର ସମ୍ମୁଖୀନ ହେଉଛି। ସେ ଅଭିଯୋଗ କରିଛନ୍ତି ଯେ ଜାତୀୟ ଗୀତର ଅପମାନ ଏବଂ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ଦ୍ୱାରା ତ୍ରିରଙ୍ଗା ଆକାରର କେକ୍ କାଟିବା ମାମଲାରେ ଜନତା ଜବାବ ମାଗୁଛନ୍ତି। ସେ କହିଛନ୍ତି ଯେ ଏହି ବିବାଦରୁ ଧ୍ୟାନ ହଟାଇବା ଏବଂ ନିଜର ରାଷ୍ଟ୍ରବିରୋଧୀ ଛବି' ଲୁଚାଇବା ପାଇଁ ରାହୁଲ ଏହି ନୂଆ ରାଜନୈତିକ ନାଟକ ରଚିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ପରଜୀବୀ ଦଳ। ଏବେ କଂଗ୍ରେସ ଯୁବକ ଏବଂ ଛାତ୍ରମାନଙ୍କ ଭବିଷ୍ୟତକୁ ମଧ୍ୟ ନଷ୍ଟ କରିଦେବାକୁ ଚାହୁଁଛି। ରାହୁଲ ବୁଝି ନେବା ଉଚିତ ଯେ ଜନତା ତାଙ୍କର ହିଟ୍ ଆଣ୍ଡ ରନ୍ ନୀତିକୁ ବୁଝିସାରିଛନ୍ତି।
----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ