ରକ୍ଷା ବନ୍ଧନରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ପବିତ୍ର ରକ୍ଷା ବନ୍ଧନ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ରାଷ୍ଟ୍ରପତି କହିଛନ୍ତି ଯେ, ମୁଁ ଦେଶ-ବିଦେଶର
ରକ୍ଷା ବନ୍ଧନରେ ଦେଶ ଓ     ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ପବିତ୍ର ରକ୍ଷା

ବନ୍ଧନ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସୋସିଆଲ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି ରାଷ୍ଟ୍ରପତି କହିଛନ୍ତି ଯେ, ମୁଁ ଦେଶ-ବିଦେଶରେ ବସବାସ କରୁଥିବା ସମସ୍ତ

ଭାରତୀୟଙ୍କୁ ରକ୍ଷା ବନ୍ଧନ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

ରକ୍ଷା ବନ୍ଧନର ପବିତ୍ର

ପରମ୍ପରା ପ୍ରାଚୀନ କାଳରୁ ଆମର ଉପାସନା ଓ ସଂସ୍କୃତିର ଅବିଚ୍ଛିନ୍ନ ଅଙ୍ଗ ହୋଇ ରହିଆସିଛି।

ଶ୍ରଦ୍ଧାପୂର୍ବକ ହାତରେ ବନ୍ଧାଯାଉଥିବା ସୂତାକୁ ସୁରକ୍ଷା ପାଇଁ ପବିତ୍ର ସୂତ୍ର-ବନ୍ଧନ, ଅର୍ଥାତ୍

ରକ୍ଷା ବନ୍ଧନ ବୋଲି ମନାଯାଏ। ଅନେକ ଶ୍ଳୋକ ଓ ମନ୍ତ୍ରରେ ‘ରକ୍ଷେ, ମା ଚଳ, ମା ଚଳ’

ଶବ୍ଦ ମାଧ୍ୟମରେ ଏହି ପ୍ରାର୍ଥନା କରାଯାଏ ଯେ,

‘ହେ ରକ୍ଷାରୂପୀ ବନ୍ଧନ, ତୁମେ

ସଦା ଅଚଳ ରୁହ।’

ସମୟ ଗତି ସହିତ ରକ୍ଷା ବନ୍ଧନ

ଭଉଣୀ ନିଜ ଭାଇଙ୍କ ହାତରେ ତାଙ୍କ ସୁରକ୍ଷାର କାମନା କରି ରାକ୍ଷୀ ବାନ୍ଧୁଥିବା ଏକ ଭାବପୂର୍ଣ୍ଣ

ସାମାଜିକ ପର୍ବ ଭାବେ ଲୋକପ୍ରିୟ ହୋଇଛି। ଏହି ପର୍ବ ଭାଇ-ଭଉଣୀ, ବନ୍ଧୁ, ପରିବାର

ଏବଂ ସମାଜର ବିଭିନ୍ନ ସଦସ୍ୟଙ୍କ ମଧ୍ୟରେ ଆତ୍ମୀୟତା,

ସମ୍ମାନ ଓ ପରସ୍ପର ପ୍ରତି ଉତ୍ତରଦାୟିତ୍ୱର ଭାବନାକୁ ସୁଦୃଢ଼ କରେ।

ଏହି ପର୍ବ ଆମକୁ ମନେ ପକାଇ ଦିଏ ଯେ, ଜୀବନର ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ବିଶ୍ୱାସ, ସମ୍ବେଦନଶୀଳତା

ଓ ପରସ୍ପର ସହଯୋଗ ଉପରେ ଆଧାରିତ।

ରକ୍ଷା ବନ୍ଧନର ଏହି ଶୁଭ

ଅବସରରେ ଆମେ ସମାଜ ଓ ଦେଶର ସୁରକ୍ଷା ପାଇଁ ସଂକଳ୍ପ ନେବା। ଏଥିସହିତ, ଏହି

ଭାବନାକୁ ନେଇ ବିକଶିତ ଭାରତ ନିର୍ମାଣର ଯାତ୍ରାରେ ଆମେ ଆଗକୁ ବଢ଼ିଚାଲିବାକୁ ଆହ୍ୱାନ ଦେଇଛନ୍ତି

ରାଷ୍ଟ୍ରପତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande