



ବଲାଙ୍ଗିର, 29 ଅଗଷ୍ଟ (ହି.ସ.)
: ଆଜି ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରର ଦ୍ୱିତୀୟ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଟାଉନ୍ ହାଇସ୍କୁଲ ତଥା ଖେଲୋ ଇଣ୍ଡିଆ କେନ୍ଦ୍ରଠାରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ଟାଉନ୍ ହାଇସ୍କୁଲ୍ ପ୍ରଧାନଶିକ୍ଷୟିତ୍ରୀ ମୀତା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପରାଶର ବାଗ, ଅଣାକାର ସାହୁ, ଖଲିଲ୍ ଉର୍ ରେହେମାନ, ସୁଜାତା ମଲ୍ଲିକ, ରଶ୍ମିତା ଖଟୋଇ, ଟାଉନ୍ ହାଇସ୍କୁଲ ଶିକ୍ଷୟିତ୍ରୀ ଯୋଗମାୟା ଷଡ଼ଙ୍ଗୀ, ମଧୁସ୍ମିତା ସାହୁ, ଦୀପ୍ତିମୟୀ ହୋତା, ପ୍ରତିଭା ମାଝୀ, ରୋମା ମଣ୍ଡଳ ପ୍ରମୁଖ ଯୋଗଦେଇ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଟାଉନ୍ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ବିକାଶ ଦାଶ ପରିଚାଳନା କରିଥିଲେ।
ପରେ ପରେ ଜିଲ୍ଲା ହକି କାଉନସିଲ୍ ପକ୍ଷରୁ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ ଏବଂ ଖେଲୋ ଇଣ୍ଡିଆ କେନ୍ଦ୍ର ପକ୍ଷରୁ ଖୋଖୋ ମ୍ୟାଚ୍ ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍କୁଲରୁ ଶତାଧିକ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ