ଝାଡ଼ଖଣ୍ଡ ନମ୍ବର ଗାଡି ଧକ୍କାରେ ଯୁବକ ଗୁରୁତର
ପୁରୀ, ୩୧ ଅଗଷ୍ଟ (ହି.ସ.)- ପୁରୀ ବଳିଆପଣ୍ଡା ପାର୍କ ନିକଟରେ ଗତକାଲି ମଧ୍ୟରାତ୍ରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଝାଡ଼ଖଣ୍ଡ ନମ୍ବର ଥିବା ଏକ ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଘଟଣାରେ ଉତ୍ୟେକ୍ତ ଲୋକେ ଗାଡି ଭଙ୍ଗାରୁଜା କରିଛନ୍ତି । ଚାଳକକୁ ଅଟକ ରଖି ପଚରାଉଚୁରା କର
ଝାଡ଼ଖଣ୍ଡ ନମ୍ବର ଗାଡି-୨


ଝାଡ଼ଖଣ୍ଡ ନମ୍ବର ଗାଡି


ପୁରୀ, ୩୧ ଅଗଷ୍ଟ (ହି.ସ.)- ପୁରୀ ବଳିଆପଣ୍ଡା ପାର୍କ ନିକଟରେ ଗତକାଲି ମଧ୍ୟରାତ୍ରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଝାଡ଼ଖଣ୍ଡ ନମ୍ବର ଥିବା ଏକ ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଘଟଣାରେ ଉତ୍ୟେକ୍ତ ଲୋକେ ଗାଡି ଭଙ୍ଗାରୁଜା କରିଛନ୍ତି । ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି ବଳିଆପଣ୍ଡା ପୋଲିସ ।

ଗୁରୁତର ଯୁବକ ଜଣକ ହେଉଛନ୍ତି ପୁରୀ ଗୌଡ଼ବାଡ ସାହିର କାମଦେବ ଆପଟ (୪୩) । ତାଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ଉତ୍ୟେକ୍ତ ଲୋକେ ଗାଡିଟିକୁ ଭଙ୍ଗାରୁଜା କରିଥିଲେ । ଖବର ପାଇ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଚାଳକ ସମେତ ଗାଡିରେ ଥିବା ଲୋକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗାଡ଼ିର ନମ୍ୱରରୁ ଏହା ଝାଡ଼ଖଣ୍ଡର ଗାଡ଼ି ହୋଇଥିବା ବେଳେ ଏହା ଅସ୍ଥାୟୀ ପଞ୍ଜୀକୃତ ନମ୍ୱର୍ ବୋଲି ଜଣାପଡୁଛି । ଅର୍ଥାତ୍ ନୂଆ ଗାଡ଼ି କିଣିବା ବେଳେ ପଞ୍ଜୀକୃତ ନମ୍ୱର୍ ମିଳିବା ପୂର୍ବରୁ ଯେଉଁ ନମ୍ୱର୍ ଟି ଗାଡ଼ି ସହ ରହିଥାଏ । ଏହି ଗାଡ଼ିରେ ସେହି ନମ୍ୱର୍ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande