




ବଲାଙ୍ଗିର, ୩୧ ଅଗଷ୍ଟ (ହି.ସ.)- ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ବଲାଙ୍ଗିର ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ଉପ ନଗରପାଳ ଗାୟତ୍ରୀ ଭୋଇ ସକାଳ ୮ଟା ୩୦ ରେ ପତାକା ଉତ୍ତୋଳନ କରି ଉପସ୍ଥିତ କାଉନସିଲର, ପୌର କର୍ମଚାରୀ ଜନସାଧାରଣଙ୍କୁ ଦିବସର ଅଭିନନ୍ଦନ ଜ୍ଞାପନ କରିଥିଲେ। ସମସ୍ତ କର୍ମଚାରୀ ୨୦୨୭ ବର୍ଷରେ ନିଜ ଦାୟିତ୍ୱ କୁ ଠିକ୍ ଭାବରେ ପରିଚାଳନା କରି ପୌର ଅଞ୍ଚଳର ପରିଚ୍ଛନ୍ନ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ସବୁଜ ସୁନ୍ଦର ବଲାଙ୍ଗିର କରି ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ସେ କାମନା କରିଥଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ