
ଗଞ୍ଜାମ, ୩୧ ଅଗଷ୍ଟ (ହି.ସ.)- ଗଞ୍ଜାମ ଜିଲା ନାରାୟଣପୁରରେ ଅଘଟଣ। ଗତକାଲି ସନ୍ଧ୍ୟାରେ ଛାତ୍ର ଚନ୍ଦନ ପ୍ରଧାନ ମାଉସୀ ଘର ଛାତ ଉପରକୁ ଯାଇ ସୁଖା ଯାଇଥିବା ଲୁଗା ଆଣିବା ବେଳେ ଘରପାଖରେ ଥିବା ୧୧କେଭି ଵିଦ୍ଯୁତ ତାରରେ ଲାଗି ଘଟଣାସ୍ଥଳରେ ତା'ର ମୃତ୍ୟୁ ଘଟିଛି। ଏହାପରେ ନାରାୟଣ ପୁରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଓ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବିରେ ଅଡି ବସିଥିଲେ। ଜରଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚନ୍ଦନର ଘର ଜରଡା ଥାନା ଭୈରପୁର ଗାଁ ରେ ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ