
ନୂଆଦିଲ୍ଲୀ, ୦୬ ଅଗଷ୍ଟ (ହି.ସ.)- ଦେଶର ଉତର-ପଶ୍ଚିମ ଅଂଚଳଗୁଡ଼ିକରେ ଆଗାମୀ ୫-୬ ଦିନ ମଧ୍ୟରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି। ପୂର୍ବୋତର ଅଂଚଳଗୁଡ଼ିକରେ ମଧ୍ୟ ଏହି ସମୟରେ ଭାରୀ ବର୍ଷା ଜାରି ରହିବାର ଅନୁମାନ ରହିଛି।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅନୁସାରେ ଦିଲ୍ଲୀ-ଏନସିଆରରେ ଶୁକ୍ରବାର ସକାଳ-ଦୁପର ମଧ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି। ଏହି କ୍ରମ ରାତି ପର୍ଯ୍ୟନ୍ତ ଜାରି ରହିପାରେ। ଏହି ଦିନର ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା କ୍ରମଶଃ ୩୧-୩୩ ଡିଗ୍ରୀ ସେଲସିୟସ ଏବଂ ୨୨-୨୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ଆଶା ରହିଛି। ଶନିବାର ଏବଂ ରବିବାର ମଧ୍ୟ ଏହି ପରିସ୍ଥିତି ବଜାୟ ରହିବ। ରାଜଧାନୀରେ ଆଜି ସକାଳରୁ ଭାରି ବର୍ଷା ହେବାରୁ ଅନେକ ସ୍ଥାନରେ ଜଳଜମା ହୋଇଯାଇଛି ଏବଂ କେତେକ ସ୍ଥାନରେ ଯାତାୟାତ କରୁଥିବା ଲୋକମାନଙ୍କୁ ଭାରୀ ଜାମର ସମ୍ମୁଖୀନ ହେବାକୁ ପଡ଼ିଛି।
-------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ