ସନ୍ଥ ସେବାଲାଲ ମହାରାଜଙ୍କୁ ଜାତୀୟ ସମ୍ମାନ ପ୍ରଦାନ ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ଡଃ. କେ. ଲକ୍ଷ୍ମଣ
ନୂଆଦିଲ୍ଲୀ, ୬ ଅଗଷ୍ଟ (ହି.ସ.)- ବିଜେପି ସଂସଦୀୟ ବୋର୍ଡ ସଦସ୍ୟ, ରାଜ୍ୟସଭା ସାଂସଦ, ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ସଭାପତି ତଥା ରାଜ୍ୟସଭା ହାଉସ୍ କମିଟିର ଅଧ୍ୟକ୍ଷ ଡଃ. କେ. ଲକ୍ଷ୍ମଣ ଗୁରୁବାର ଦିନ ରାଜ୍ୟସଭାରେ ଶୂନ୍ୟକାଳ ସମୟରେ ସନ୍ଥ ସେବାଲାଲ ମହାରାଜଙ୍କୁ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରି
ସନ୍ଥ ସେବାଲାଲ ମହାରାଜଙ୍କୁ ଜାତୀୟ ସମ୍ମାନ ପ୍ରଦାନ କରିବା ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ଡଃ. କେ. ଲକ୍ଷ୍ମଣ


ନୂଆଦିଲ୍ଲୀ, ୬ ଅଗଷ୍ଟ (ହି.ସ.)- ବିଜେପି ସଂସଦୀୟ ବୋର୍ଡ ସଦସ୍ୟ, ରାଜ୍ୟସଭା ସାଂସଦ, ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ସଭାପତି ତଥା ରାଜ୍ୟସଭା ହାଉସ୍ କମିଟିର ଅଧ୍ୟକ୍ଷ ଡଃ. କେ. ଲକ୍ଷ୍ମଣ ଗୁରୁବାର ଦିନ ରାଜ୍ୟସଭାରେ ଶୂନ୍ୟକାଳ ସମୟରେ ସନ୍ଥ ସେବାଲାଲ ମହାରାଜଙ୍କୁ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରିବାକୁ ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଇଥିଲେ ।

ଡଃ. ଲକ୍ଷ୍ମଣ କହିଥିଲେ ଯେ, ବଞ୍ଜାରା ସମାଜର ଜଣେ ଶ୍ରଦ୍ଧେୟ ସନ୍ଥ ତଥା ଜଣେ ମହାନ ସମାଜ ସଂସ୍କାରକ ସନ୍ଥ ସେବାଲାଲ ମହାରାଜ ନିଜର ସମଗ୍ର ଜୀବନ ଗରିବ, ଆଦିବାସୀ ସମ୍ପ୍ରଦାୟ ଏବଂ ବଂଚିତ ବର୍ଗର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ । ସେ ସତ୍ୟ, ସମାନତା, ସାମାଜିକ ସୌହାର୍ଦ୍ଦ୍ୟ, ଆତ୍ମନିର୍ଭରଶୀଳତା ଏବଂ ପ୍ରକୃତି ପ୍ରତି ସମ୍ମାନ ଭଳି ଜୀବନ ମୂଲ୍ୟବୋଧର ପ୍ରଚାର କରିଥିଲେ । ତାଙ୍କର ଚିନ୍ତାଧାରା ଏବଂ ଶିକ୍ଷା ଆଜି ବି ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଉଛି ।

କେନ୍ଦ୍ର ସରକାର ସନ୍ଥ ସେବାଲାଲ ମହାରାଜଙ୍କ ସମ୍ମାନାର୍ଥେ ଅନେକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଡଃ ଲକ୍ଷ୍ମଣ ଅନୁରୋଧ କରିଥିଲେ । ସେସବୁ ମଧ୍ୟରେ ରହିଥିଲା ସନ୍ଥ ସେବାଲାଲ ମହାରାଜଙ୍କ ଜୟନ୍ତୀକୁ ଜାତୀୟ ଛୁଟିଦିନ ଭାବେ ଘୋଷଣା କରିବା, ତାଙ୍କ ଶିକ୍ଷାର ବ୍ୟାପକ ପ୍ରସାର ପାଇଁ ସାରା ଦେଶରେ ସ୍ମୃତି ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା, ତାଙ୍କ ଜୀବନ, ଦର୍ଶନ ଏବଂ ସାମାଜିକ ଅବଦାନ ଉପରେ ଗବେଷଣା, ପ୍ରକାଶନ ଏବଂ ଶିକ୍ଷାଗତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଇତ୍ୟାଦି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande