
ମାଲକାନଗିରି , ୧ ସେପ୍ଟେମ୍ବର (ହି.ସ.) -ପାଇପ୍ ଲାଇନ୍ ଫାଟିବା ପରେ ବାହାରୁଛି ବିଷାକ୍ତ କେମିକାଲ୍ । ଏହି ରାସ୍ତା ଦେଇ ଯାଉଥିବା ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ଘଟିଛି ଚିତ୍ରକୋଣ୍ଡା ପାବୁଲିଗୁଡା ନିକଟରେ । ଏ.ଏମ୍ ଆଣ୍ଡ ଏନ୍.ଏସ୍ କମ୍ପାନୀର ପାଇପ୍ ଲାଇନ୍ ଫାଟି ଯାଇଛି ।ସୂଚନା ଅନୁସାରେ, ପାଇପ୍ ଫାଟିବା ପରେ ବିଷାକ୍ତ କେମିକାଲ୍ ବାହାରୁଛି । ରାସ୍ତା ଉପରେ କେମିକାଲ୍ ବୋହିବା ଯୋଗୁଁ ଏହି ରାସ୍ତା ଦେଇ ଯାଉଥିବା ଲୋକେ ବହୁ ଅସୁବିଧାରେ ପଡ଼ୁଛନ୍ତି । କେମିକାଲ୍ ରାସ୍ତା କଡ଼ରେ ଥିବା ଚାଷଜମି ଆଡ଼କୁ ମଧ୍ୟ ଯାଉଛି ଫଳରେ ଚାଷ ଜମି ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ମାଟିର ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ରହିଛି । ତୁରନ୍ତ ପାଇପ୍ ଲାଇନ୍ ମରାମତି କରି କେମିକାଲ୍ ଲିକ୍ ବନ୍ଦ କରିବା ସହ ଚାଷଜମି ଓ ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ