ମଦ୍ରାସ ରେଜିମେଂଟ ପରିସରର ସୁରକ୍ଷିତ ଷ୍ଟୋର ରୁମରୁ ଅସ୍ତ୍ର ଗାଏବ
ହାଇଦ୍ରାବାଦ, ୦୧ ସେପ୍େଟମ୍ବର (ହି.ସ.)- ବୋଲ୍ଲାରମର ଛାଉଣି (କ୍ୟାଂଟେନମେଂଟ) ଅଂଚଳରେ ଅବସ୍ଥିତ ମଦ୍ରାସ ରେଜିମେଂଟ ପରିସରର ଏକ ସୁରକ୍ଷିତ ଷ୍ଟୋର ରୁମରୁ ସର୍ଭିସ ଅସ୍ତ୍ର ଗାଏବ ମିଳିବା ପରେ ସୁରକ୍ଷାରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ସେନା ଯବାନମାନେ ଅସ୍ତ୍ରାଗାର ଯାଂଚ କରିବା ସମୟରେ ଏହାର ତାଲା
ମଦ୍ରାସ ରେଜିମେଂଟ ପରିସରର ସୁରକ୍ଷିତ ଷ୍ଟୋର ରୁମରୁ ଅସ୍ତ୍ର ଗାଏବ


ହାଇଦ୍ରାବାଦ, ୦୧ ସେପ୍େଟମ୍ବର (ହି.ସ.)- ବୋଲ୍ଲାରମର ଛାଉଣି (କ୍ୟାଂଟେନମେଂଟ) ଅଂଚଳରେ ଅବସ୍ଥିତ ମଦ୍ରାସ ରେଜିମେଂଟ ପରିସରର ଏକ ସୁରକ୍ଷିତ ଷ୍ଟୋର ରୁମରୁ ସର୍ଭିସ ଅସ୍ତ୍ର ଗାଏବ ମିଳିବା ପରେ ସୁରକ୍ଷାରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ସେନା ଯବାନମାନେ ଅସ୍ତ୍ରାଗାର ଯାଂଚ କରିବା ସମୟରେ ଏହାର ତାଲା ଓ କବାଟ ଭଙ୍ଗା ଥିବା ଦେଖିବା ପରେ ଏହାର ଖୁଲାସା ହୋଇଥିଲା। ଏହା ପରେ, ସୋମବାର ବୋଲ୍ଲାରମ ପୋଲିସରେ ଅଭିଯୋଗ ଦାଖଲ କରାଯାଇଥିଲା।

ପ୍ରତିରକ୍ଷା ପ୍ରତିଷ୍ଠାନର ସମ୍ବେଦନଶୀଳ ପ୍ରକୃତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ତଦନ୍ତ ସହ ଜଡିତ ଅନେକ ପ୍ରସଙ୍ଗକୁ ଗୋପନୀୟ ରଖିଛି।

ଉପଲବ୍ଧ ସୂଚନା ଅନୁଯାୟୀ, ଗାଏବ ଅସ୍ତ୍ରଗୁଡ଼ିକ ମଧ୍ୟରେ ଚାରିଟି ଏକେ-୪୭ ରାଇଫଲ, ଛଅଟି ପିସ୍ତଲ, ଗୋଟିଏ ଇନସାସ ରାଇଫଲ ଏବଂ ଗୋଳାବାରୁଦ ସାମିଲ ଅଛି। କୁହାଯାଉଛି ଯେ ମୋଟ ୧୨ଟି ଅସ୍ତ୍ର ଗାଏବ ଅଛି। ତେବେ ଅଧିକାରୀମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ସାର୍ବଜନୀନ କରିନାହାନ୍ତି।

ଏହି ଅସ୍ତ୍ରଗୁଡ଼ିକ ମଦ୍ରାସ ରେଜିମେଂଟ ପରିସରର ଏକ ପ୍ରତିବନ୍ଧିତ ଅଂଚଳରେ ରଖାଯାଇଥିଲା, ଯେଉଁଠାକୁ କେବଳ ଅଧିକୃତ କର୍ମଚାରୀମାନଙ୍କୁ ହିଁ ଯିବାକୁ ଅନୁମତି ରହିଥାଏ ତେଣୁ, ସନ୍ଦିଗ୍ଧ କେଉଁ ପରିସ୍ଥିତିରେ ଷ୍ଟୋର ରୁମ ପର୍ଯ୍ୟନ୍ତ ପହଂଚିି ଅସ୍ତ୍ରଗୁଡ଼ିକୁ ସେଠାରୁ ବାହାର କରିଥିଲେ, ତାହାର ତଦନ୍ତ କରାଯାଉଛି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande