
କୋଲକାତା, ସେପ୍ଟେମ୍ବର 16 (ହି.ସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟବ୍ୟାପୀ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରି ଆସନ୍ତା ୧୭ ସେପ୍ଟେମ୍ବରରେ ଦୀପ ପ୍ରଜ୍ୱଳିତ କରି ପ୍ରାର୍ଥନା କରିବାକୁ ଅପିଲ କରିଛନ୍ତି।
ଶୁଭେନ୍ଦୁ ଅଧିକାରୀ ବୁଧବାର ସକାଳେ ନିଜର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ସହ ତାଙ୍କର ୨୫ ବର୍ଷର ଜନସେବା ଓ ରାଷ୍ଟ୍ରସେବାର ଯାତ୍ରାକୁ ମଧ୍ୟ ସ୍ମରଣ କରାଯିବ। ସେ କହିଛନ୍ତି ଯେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାଠାରୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ସେବା କରିବା ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ଏହି ଯାତ୍ରା ଆସନ୍ତା ୭ ଅକ୍ଟୋବରରେ ୨୫ ବର୍ଷ ପୂରଣ କରିବାକୁ ଯାଉଛି।
ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ‘ସେବା ସଙ୍କଳ୍ପ ଅଭିଯାନ’ ଆରମ୍ଭ କରାଯିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସମଗ୍ର ରାଜ୍ୟରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରିବାକୁ ଆହ୍ୱାନ ଦେଇ ସେ କହିଛନ୍ତି ଯେ, ସର୍ବଶକ୍ତିମାନ ଈଶ୍ୱରଙ୍କ ନିକଟରେ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରାଯିବ, ଯାହାଦ୍ୱାରା ସେ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଦେଶସେବା ପାଇଁ ନିଜକୁ ସମର୍ପିତ ରଖିପାରିବେ।
ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା