ହାଇଦ୍ରାବାଦ ମୁକ୍ତି ଦିବସରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ହାଇଦ୍ରାବାଦ ମୁକ୍ତି ଦିବସରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ବର୍ତ୍ତମାନର ତେଲଙ୍ଗାନା, କର୍ଣ୍ଣାଟକ ଓ ମରାଠୱାଡା ଅଞ୍ଚଳକୁ ନେଇ ଗଠିତ ପୂର୍ବତନ ହାଇଦ୍ରାବାଦ
ହାଇଦ୍ରାବାଦ ମୁକ୍ତି ଦିବସ


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ହାଇଦ୍ରାବାଦ ମୁକ୍ତି

ଦିବସରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ । ଏହି ଅବସରରେ ସେ ବର୍ତ୍ତମାନର ତେଲଙ୍ଗାନା, କର୍ଣ୍ଣାଟକ ଓ ମରାଠୱାଡା ଅଞ୍ଚଳକୁ ନେଇ ଗଠିତ ପୂର୍ବତନ ହାଇଦ୍ରାବାଦ ଅଞ୍ଚଳର

ଲୋକମାନଙ୍କ ସାହସ ଓ ବଳିଦାନକୁ ସ୍ମରଣ କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ହାଇଦ୍ରାବାଦ ମୁକ୍ତି ଦିବସ ଅବସରରେ ଆମେ ବର୍ତ୍ତମାନର

ତେଲଙ୍ଗାନା, କର୍ଣ୍ଣାଟକ ଓ ମରାଠୱାଡା

ଅଞ୍ଚଳକୁ ନେଇ ଗଠିତ ପୂର୍ବତନ ହାଇଦ୍ରାବାଦ ଅଞ୍ଚଳର ଲୋକମାନଙ୍କ ସାହସ ଓ ବଳିଦାନକୁ ସ୍ମରଣ

କରୁଛୁ। ମୁକ୍ତ ଓ ଏକୀକୃତ ଭାରତର ସ୍ୱପ୍ନ ନେଇ ସେମାନେ ନିଜାମଙ୍କ ଶାସନ ଏବଂ ରଜାକାରମାନଙ୍କ

ନିର୍ମମତା ବିରୋଧରେ ଦୃଢ଼ତାର ସହ ଠିଆ ହୋଇଥିଲେ।

ସେ କହିଛନ୍ତି ଯେ, ଆମେ ସେହି

ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ, ଯାହାଙ୍କ ବଳିଦାନ ଦେଶପ୍ରେମର ଏକ ଚିରସ୍ଥାୟୀ ପ୍ରତୀକ ହୋଇ ରହିଛି। ମୁକ୍ତ ଓ

ଏକତାବଦ୍ଧ ଭାରତ ପାଇଁ ସେମାନଙ୍କର ଦୃଷ୍ଟିକୋଣ ଆଜି ମଧ୍ୟ ଦେଶର ପ୍ରଗତି ଓ ସମୃଦ୍ଧିର ଯାତ୍ରାକୁ

ପ୍ରେରଣା ଯୋଗାଇ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande