ସିରିଆପାଲିରେ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର ଘଟଣା : ବିଦ୍ୟୁତ୍ ତାର ଚୋରି କରିବାକୁ ଯାଇ ବିଦ୍ୟୁତ୍ ଖୁମ୍ବରୁ ପଡ଼ି ଯୁବକଙ୍କ ପ୍ରାଣ ଗଲା, ସାଥିରେ ଥିବା ୫ ଯୁବକ ଗିରଫ
Five arrested in Kolabira murder case
ସିରିଆପାଲିରେ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର ଘଟଣା : ବିଦ୍ୟୁତ୍ ତାର ଚୋରି କରିବାକୁ ଯାଇ ବିଦ୍ୟୁତ୍ ଖୁମ୍ବରୁ ପଡ଼ି ଯୁବକଙ୍କ ପ୍ରାଣ ଗଲା, ସାଥିରେ ଥିବା ୫ ଯୁବକ ଗିରଫ


ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଧିନସ୍ଥ ସିରିଆପାଲି ଗ୍ରାମରେ ନିଖୋଜ ହେବାର ୫ ଦିନ ପରେ ଏହି ଗ୍ରାମର ଦେବେନ୍ଦ୍ର ସୁନାନୀ(୧୯) ନାମକ ଜଣେ ଯୁବକଙ୍କ ଗଳିତ ଶବ ୪୯ ନମ୍ବର ଜାତୀୟ ରାଜପଥ କଡ ଗାଁ ନିକଟ ନାଳ ହିଡରୁ ଉଦ୍ଧାର କରାଯାଇଥିଲା l ଶବ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା l ଝାରସୁଗୁଡ଼ା ଏସଡିପିଓ ଉମାଶଙ୍କର ସିଂ ଙ୍କ ତତ୍ତ୍ଵାବଧାନରେ କୋଲାବିରା ଥାନାର ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଚାଲୁରହିଲା l ତେବେ ସିରିଆପାଲି ନିକଟସ୍ଥ କୁମୁଡ଼ାପାଲିକୁ ବିଦ୍ୟୁତ୍ ତାର ଚୋରି କରିବାକୁ ଯାଇ ମୃତ ମୃତ ଯୁବକ ଦୁର୍ଘଟଣାର ଶିକାର ହେବା ସହ ଚୋରି ଘଟଣାକୁ ଲୁଚାଇବା ପାଇଁ ସାଥିରେ ଥିବା ଅନ୍ୟ ସହଯୋଗୀମାନେ ଦେବେନ୍ଦ୍ରଙ୍କୁ ଘଟଣାସ୍ଥଳ ଠାରୁ ଦୂରରେ ସିରିଆପଳି ନାଲ ହିଡ଼ ଉପରେ ଏକ ବୁଦାଲିଆ ସ୍ଥାନରେ ଫିଙ୍ଗି ଦେଇ ଚାଲି ଯାଇଥିବା ଅଭିଯୋଗ ହୋଇଛି l ମୃତ ଦେବେନ୍ଦ୍ର ବିଦ୍ୟୁତ୍ ତାର କାଟିବା ପାଇଁ ବିଦ୍ୟୁତ୍ ଖୁମ୍ବକୁ ଚଢ଼ିଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି l ଏହାସହ ଦେବେନ୍ଦ୍ରଙ୍କ ଶବ ମିଳିବା ପୂର୍ବରୁ ତାଙ୍କର ମା ଝାରସୁଗୁଡ଼ା ଏସପି ଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ l ଏଥିରେ ସେ ମନିଷ ସୁହୁଲା ନାମକ ଜଣେ ଯୁବକ ତାଙ୍କ ପୁଅକୁ ଗତ ୧୦ ତାରିଖ ସନ୍ଧ୍ୟାରେ ଘରୁ ଡାକି ନେଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ l ଶେଷରେ ପୋଲିସ ୫ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରିବା ସହ ଗିରଫ କରିଛି l ଗିରଫ ଯୁବକ ମାନେ ହେଲେ କୋଲାବିରା ଥାନା ଠରକିମାଲ ଗ୍ରାମର ଦୟାନିଧି କିସାନ(୨୪), ଝାରସୁଗୁଡ଼ା ଥାନା କୁମୁଡ଼ାପାଲି ଗ୍ରାମର ରଜତ ଦେହୁରିଆ (୧୯), ଲଇକେରା ଥାନା ଭାତଲଇଡା ଗ୍ରାମର ମନିଷ ସୁହୁଲିଆ(୨୦), ଲଇକେରା। ଥାନା କିର୍ମିରା ବ୍ଲକ ସିଆଲରମା ଗ୍ରାମର ଧନେଶ୍ୱର ଜାମୁଡୋଲିଆ(୧୯) ଓ ସ୍ୱାଧୀନ କୁଆ(୧୯) l କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗିରଫ ୫ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି l ଏହାସହ ସନ୍ଧ୍ୟାରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି l ଏନେଇ କୋଲାବିରା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ୫ ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି l

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ଜଡ଼ିତ ଥିବା ଆହୁରି ୨/୩ ଜଣ ଯୁବକଙ୍କୁ ପୋଲିସ ପକ୍ଷରୁ ଧରିବା ପାଇଁ ଉଦ୍ୟମ ଚାଲୁ ରହିଛି l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande