
ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ଆକର୍ଷକ କରିବା ପାଇଁ ଜିଲ୍ଲା ପର୍ଯ୍ୟଟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦିଗପହଣ୍ଡି ଓ ଚିକିଟି ନିର୍ବାଚନମଣ୍ଡଳୀ ଅଧୀନସ୍ଥ ପ୍ରସିଦ୍ଧ ଘୋଡ଼ାହାଡ଼ ଏବଂ ବାଘଲାଟି ଡ୍ୟାମ୍ ର ପରିପାର୍ଶ୍ୱିକ ଓ ଭିଲିଭୂମି ବିକାଶ ନେଇ ବିସ୍ତୃତ ଆଲୋଚନା କରାଯାଇଛି।
ବୈଠକରେ ଦିଗପହଣ୍ଡି ବିଧାୟକ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପର୍ଯ୍ୟଟନସ୍ଥଳୀ ଦ୍ୱୟର ସର୍ବାଙ୍ଗୀନ ବିକାଶ ନେଇ ଆଲୋଚନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା