୭୬ଗ୍ରାମ ବ୍ରାଉନ ସୁଗାର ଜବତ,୩ବାଇକ୍ ସମେତ ୫ଗିରଫ
ଖୋର୍ଦ୍ଧା,, ୦୨ ସେପ୍େଟମ୍ବର (ହି.ସ.) ଶିଳ୍ପାଂଚଳ ଥାନା ପୋଲିସ ବ୍ରାଉନ ସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି।ଗିରଫ ମାନେ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ତରତୁଆର ପ୍ରଶାନ୍ତ ବଡ଼ଜେନା(୨୪), ବୈକୁଣ୍ଠ ବିହାରର ବିକ୍ରମ ନାୟକ(୨୧), ଗୌଡପୁଟ ର ଶୁଭ୍ରାଂଶୁ ବରାଳ(୨୪), ଠେଙ୍ଗାହାଟ ନିକଟ ଶାଗୁଆନ
Braun


ଖୋର୍ଦ୍ଧା,, ୦୨ ସେପ୍େଟମ୍ବର (ହି.ସ.) ଶିଳ୍ପାଂଚଳ ଥାନା ପୋଲିସ ବ୍ରାଉନ ସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି।ଗିରଫ ମାନେ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ତରତୁଆର ପ୍ରଶାନ୍ତ ବଡ଼ଜେନା(୨୪), ବୈକୁଣ୍ଠ ବିହାରର ବିକ୍ରମ ନାୟକ(୨୧), ଗୌଡପୁଟ ର ଶୁଭ୍ରାଂଶୁ ବରାଳ(୨୪), ଠେଙ୍ଗାହାଟ ନିକଟ ଶାଗୁଆନ ବଗିଚାର ସୁଭାଶିଷ ସ୍ୱାଇଁ(୨୩)ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଗୌଡଗୋଠ ଗାଁ ର ନରେନ୍ଦ୍ର ବେହେରା(୩୪) ବର୍ତମାନ ତରତୁଆ ରିଜର୍ଭ ପଡ଼ିଆ ଗେଟ ନିକଟରେ ରହୁଥିଲା।ତେବେ ପୋଲିସ ଏମାନଙ୍କ ନିକଟରୁ ଗୋଟିଏ ବୁଲେଟ୍, ଦୁଇଟି ବାଇକ,୫ଟି ପଲିଥିନ ପ୍ୟାକ,୪ଟି ମୋବାଇଲ ଜବତ କରିଛି ।ପୋଲିସ ସୁଚନା ମୁତାବକ ଆଜି ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଗଡଖୋର୍ଦ୍ଧା ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।

-----------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande