
ଗଂଜାମ, 03 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ରାମକୃଷ୍ଣ ନଗର ପଞ୍ଚମ ଗଳି ଶ୍ରୀ ଶ୍ରୀ ମା ମହାଲକ୍ଷ୍ମୀ ମନ୍ଦିରରୁ ପିତ୍ତଳ ମୂର୍ତ୍ତି ଓ ପୂଜା ସାମଗ୍ରୀ ଚୋରି ମାମଲାରେ ଟାଉନ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୋଗକାରୀ ତ୍ରିନାଥ ମହାପାତ୍ରଙ୍କ ଏତଲା ପରେ ଏକ ସେପ୍ଟେମ୍ବରରେ ମାମଲା ରୁଜୁ ହୋଇଥିଲା। ମନ୍ଦିର ତାଲା ଭାଙ୍ଗି ପିତ୍ତଳ ମୂର୍ତ୍ତି, ଘଣ୍ଟି, ବାସନ, ହୁଣ୍ଡି ଟଙ୍କା ଚୋରି ହୋଇଥିଲା। ରିଜୱାନ ଖାନ ଓ ସେକ ସାଦାମ ହୁସେନ ଓରଫ ଆଜଗର ଅଲ୍ଲୀଙ୍କୁ ପୁଲିସ ଗିରଫ କରଛି।
ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳ ଯାଞ୍ଚ ଓ ସିସିଟିଭି ଦେଖି ପୋଲିସ ସେମାନଙ୍କୁ ଚିହ୍ନଟ କରିଥିଲା। ପଚରାଉଚରାରେ ରିଜୱାନ ଚୋରି ସ୍ୱୀକାର କରିଥିଲା। ତା ନିର୍ଦ୍ଦେଶରେ ଧୋବା ନାଳ, ଶୁଭମ ବିହାରରୁ ପାଞ୍ଚ ବସ୍ତାରେ ଚୋରି ପିତ୍ତଳ ମୂର୍ତ୍ତି, ଘଣ୍ଟି, ଦୀପ, ଥାଳି, ବାଟି, ଗ୍ଲାସ, କଳସୀ ଓ ରୋଷେଇ ସାମଗ୍ରୀ ସହ ଡ୍ରିଲ ମେସିନ, କଟର ମେସିନ ଓ ଦୁଇ ହଜାର ତିନିଶହ ଚାଳିଶ ଟଙ୍କା ଜବତ ହୋଇଛି। ଏହି ଦୁଇଜଣଙ୍କୁ ପୁଲିସ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ