
ଗଂଜାମ, 02 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁରରେ ବିଭିନ୍ନ ବ୍ରାଣ୍ଡ ଚେନ ଯେପରିକି କେଏଫସି, ଡୋମିନୋସ ପିଜା, ପିଜା ହଟ, ଶିକାଗୋ ପିଜା, ବେଲଜିଅନ ଓ୍ୱାଫଲ, ବର୍ଗର କମ୍ପାନୀ, କାଫେ କଫି ଡେ, ଫ୍ରୋଜନ ବୋଟଲ, ମଙ୍ଗିନିସ, ଉଇନି କେକ୍ସ ଆଦି ଦୋକାନରେ ଯାଞ୍ଚ କରାଯାଇଥିଲା।
ପ୍ରାୟ ୪୫ କେଜି ମିଆଦ ସରିଥିବା ତେଲ, କେକ୍, ଆଇସକ୍ରିମ, ଫ୍ଲେଭର ସିରପ ନଷ୍ଟ କରାଯାଇଛି। ସମସ୍ତ ଦୋକାନକୁ ପରିଚ୍ଛନ୍ନତା ରଖିବା, ମିଆଦ ଶେଷ ସାମଗ୍ରୀ ବ୍ୟବହାର ନ କରିବା ଓ ଶିଡ୍ୟୁଲ ଚାରି ହାତ ନିୟମ ଅନୁସାରେ ବ୍ୟବସାୟ କରିବାକୁ ନୋଟିସ ଦିଆଯାଇଛି।
ପିଜା ହଟ, ଡୋମିନୋସ ଓ ଅନ୍ୟ ଦୋକାନରେ ପନିରକୁ ଆୟୋଡିନ ସଲ୍ୟୁସନରେ ପରୀକ୍ଷା କରାଯାଇଥିଲା। ମୋଟ ପାଞ୍ଚ ହଜାର ଟଙ୍କା ଜରିମାନା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ