ସୁଭାଷିତମ୍ରେ ‘କ୍ଷମା’କୁ ମାନସିକ ଶାନ୍ତିର ସର୍ବୋତ୍ତମ ମାଧ୍ୟମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ସେପ୍ଟେମ୍ବର 21 (ହି.ସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏକ୍ସରେ ସେୟାର କରିଥିବା ସୁଭାଷିତମ୍ରେ ‘କ୍ଷମା’କୁ ମାନସିକ ଶାନ୍ତିର ସର୍ବୋତ୍ତମ ମାଧ୍ୟମ ଭାବେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସଂସ୍କୃତ ଶ୍ଳୋକଟି ସେୟାର କରି ଲେଖିଛନ୍ତି, “ଏକୋ ଧର୍ମଃ ପରଂ ଶ୍ରେୟଃ କ୍ଷ
प्रधानमंत्री नरेन्द्र मोदी (फाइल फोटो)


ନୂଆଦିଲ୍ଲୀ, ସେପ୍ଟେମ୍ବର 21 (ହି.ସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏକ୍ସରେ ସେୟାର କରିଥିବା ସୁଭାଷିତମ୍ରେ ‘କ୍ଷମା’କୁ ମାନସିକ ଶାନ୍ତିର ସର୍ବୋତ୍ତମ ମାଧ୍ୟମ ଭାବେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସଂସ୍କୃତ ଶ୍ଳୋକଟି ସେୟାର କରି ଲେଖିଛନ୍ତି, “ଏକୋ ଧର୍ମଃ ପରଂ ଶ୍ରେୟଃ କ୍ଷମୈକା ଶାନ୍ତିରୁତ୍ତମା। ବିଦ୍ୟୈକା ପରମା ତୃପ୍ତିରହିଂସୈକା ସୁଖାବହା॥”

ଏହାର ଭାବାର୍ଥ ହେଉଛି, ଧର୍ମ ମନୁଷ୍ୟକୁ କଲ୍ୟାଣ ଓ ଉନ୍ନତିର ପଥରେ ଆଗେଇ ନେଇଥାଏ। କ୍ଷମା ହେଉଛି ମାନସିକ ଶାନ୍ତିର ସର୍ବୋତ୍ତମ ମାଧ୍ୟମ। ବିଦ୍ୟା ହିଁ ପ୍ରକୃତ ସନ୍ତୋଷର ମୂଳାଧାର ଏବଂ ଅହିଂସା ସଂସାରରେ ସ୍ଥାୟୀ ସୁଖ ପ୍ରଦାନ କରେ। ତେଣୁ, ମନୁଷ୍ୟ ଏହି ଗୁଣଗୁଡ଼ିକୁ ନିଜ ଜୀବନରେ ଆତ୍ମସାତ୍ କରି ନିଜ ଜୀବନକୁ ଶ୍ରେଷ୍ଠ, ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ କରିପାରିବ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande