
ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଯାମିନୀ କାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟି ପକ୍ଷ ରୁ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଓ ଏସ ଏମ ସି ସଭାପତି ଆଶୋକ ଗିରି ଙ୍କୁ ସ୍ୱାଗତ ସମ୍ବର୍ଧନା ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଏସ ଏମ୍ ସି ସଦସ୍ୟ ଜଗନ୍ନାଥ୍ ମାଇତି, ନିତ୍ୟାନନ୍ଦ ମଣ୍ଡଳ, ସବିତା ନାୟକ, ଶଙ୍କର ମାନା, ସରସ୍ୱତୀ ମଣ୍ଡଳ, ସୁଶାନ୍ତ ମଲିକ୍, ଲିଲିମା ଦାସ, କବିତା ମାଇତି, ଜଗନ୍ନାଥ ମାଇତି, ସୁଲୋଚନା ମଣ୍ଡଳ, ଉମା ଲତା ମଲ୍ଲିକ୍, ସରୋଜିନୀ ମଲିକ୍, ବିଷ୍ଣୁପଦ ମାଇତି, ପୂର୍ଣ୍ଣିମା ମାଇତି, ସବିତା ଦାସ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଧନା କରିବା ସହ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ